ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଚୀନ୍ ହାଇପରସୋନିକ ମିସାଇଲ ପରୀକ୍ଷଣ ପରେ ଚିନ୍ତାରେ ଆମେରିକା..

0

ଚୀନର ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣକୁ ନେଇ ଚିନ୍ତାରେ ଆମେରିକା । ନିକଟରେ ବ୍ରିଟିଶ ଖବରକାଗଜ ‘ଫାଇନାନ୍ସସିଆଲ ଟାଇମ୍ସ’ରେ ଏକ ଖବରକୁ ନେଇ ବେଶ ଚର୍ଚ୍ଚା ହେଉଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ଦୁଇ ମାସ ପୂର୍ବରୁ ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନର ହାଇପରସୋନିକ ମିସାଇଲ କ୍ଷମତା ସାମନାକୁ ଆସିବା ପରେ ଆମେରିକାର ଗୁପ୍ତଚର ଏଜେନ୍ସି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ମାମଲାରେ ଏକ ବଡ଼ ବୟାନ ଦେଇଛନ୍ତି ।

ଆମେରିକା ସେନାର ସଂଯୁକ୍ତ ମୁଖ୍ୟ ମାର୍କ ମିଲି ଗଣମାଧ୍ୟମରେ କହିଛନ୍ତି ଯେ, ଚୀନ ଯେପରି ଗୁପ୍ତରେ ଏହି ମିସାଇଲର ପରୀକ୍ଷଣ କଲା ତାହା ଋଷର ସ୍ପୁଟନିକ ଲଂଚ କଥା ମନେପକାଇ ଦେଉଛି । ୧୯୫୭ରେ ଋଷ ସ୍ପୁଟନିକ ସେଟଲାଇଟର ଲଂଚ କରିଥିଲା । ଏହି ଲଂଚ ସହିତ ଆମେରିକା ଓ ଋଷ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।ଏବଂ ଦୁଇ ଦେଶ ମଧ୍ୟ ଅସ୍ତ୍ର ପ୍ରତିଯୋଗୀତା ତୀବ୍ର ହୋଇଥିଲା । ।

ମାର୍କ କହିଛନ୍ତି, ଚୀନର ହାଇପରସୋନିକ ଅସ୍ତ୍ରଶସ୍ତ୍ର ବିଷୟରେ ଯାହା ଦେଖିଛୁ , ତାହା ଚିନ୍ତାଜନକ ଅଟେ । ମୁଁ ନିଶ୍ଚିତ ଭାବରେ ଦାବି କରିକି ଏହା କହିପାରିବି ନାହିଁ କି ସେଠାରେ ଏକ ସ୍ପୁଟନିକ ଅଛି । କିନ୍ତୁ ମୁଁ ଭାବୁଛି ଏହି ପରୀକ୍ଷଣ ସେହି ମୂହୁର୍ତ୍ତ ଅତି ନିକଟତର କୁହାଯାଇପାରେ । ଏହା ପ୍ରଥମ ଥର ହୋଇଛି ଯେ ଆମେରିକା ଚୀନର ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ସର୍ବସାଧାରଣରେ କହିଛି । ଏହା ପୂର୍ବରୁ ଆମେରିକାର ପ୍ରତିରକ୍ଷା ବିଭାଗ ଏହି ପରୀକ୍ଷଣକୁ ନିଶ୍ଚିତ କରିବାକୁ ମନାକରିଦେଇଥିଲା ।

ହାଇପରସୋନିକ ମିସାଇଲ ବାଲେଷ୍ଟିକ ମିସାଇଲଠୁ ଅଧିକ ଶକ୍ତିଶାଳୀ । ହାଇପରସୋନିକ ମିସାଇଲ ଶଦ୍ଦର ଗତିଠାରୁ ଏହା ୫ ଗୁଣା ଅଧିକ ଗତିରେ ଶତ୍ରୁ ଉପରେ ଆକ୍ରମଣ କରି ପାରିବ । ଯଦି କେଉଁ ଦେଶ ହାଇପରସୋନିକ ମିସାଇଲ ଲଂଚ କରେ ତେବେ ଏହାକୁ ଆଂଟି ସିଷ୍ଟମ ମିସାଇଲ ସହାୟତାରେ ଅଟକାଇବା ସମ୍ଭବପର ନୁହେଁ । ତଥାପି କେତେକ ସୁପର ପାୱାର ଦେଶ କ୍ରୁଜ ଓ ବାଲାଷ୍ଟିକ କ୍ଷପଣାସ୍ତ୍ରରୁ ରକ୍ଷା ପାଇବା ପାଇଁ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏବେ ଆମେରିକା,ଚୀନ, ଋଷ, ଓ ଉତ୍ତର କୋରିଆ ହାଇପରସୋନିକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି ।

Leave A Reply

Your email address will not be published.