ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଚୀନ୍ ହାଇପରସୋନିକ ମିସାଇଲ ପରୀକ୍ଷଣ ପରେ ଚିନ୍ତାରେ ଆମେରିକା..

0

ଚୀନର ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣକୁ ନେଇ ଚିନ୍ତାରେ ଆମେରିକା । ନିକଟରେ ବ୍ରିଟିଶ ଖବରକାଗଜ ‘ଫାଇନାନ୍ସସିଆଲ ଟାଇମ୍ସ’ରେ ଏକ ଖବରକୁ ନେଇ ବେଶ ଚର୍ଚ୍ଚା ହେଉଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ଦୁଇ ମାସ ପୂର୍ବରୁ ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନର ହାଇପରସୋନିକ ମିସାଇଲ କ୍ଷମତା ସାମନାକୁ ଆସିବା ପରେ ଆମେରିକାର ଗୁପ୍ତଚର ଏଜେନ୍ସି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ମାମଲାରେ ଏକ ବଡ଼ ବୟାନ ଦେଇଛନ୍ତି ।

ଆମେରିକା ସେନାର ସଂଯୁକ୍ତ ମୁଖ୍ୟ ମାର୍କ ମିଲି ଗଣମାଧ୍ୟମରେ କହିଛନ୍ତି ଯେ, ଚୀନ ଯେପରି ଗୁପ୍ତରେ ଏହି ମିସାଇଲର ପରୀକ୍ଷଣ କଲା ତାହା ଋଷର ସ୍ପୁଟନିକ ଲଂଚ କଥା ମନେପକାଇ ଦେଉଛି । ୧୯୫୭ରେ ଋଷ ସ୍ପୁଟନିକ ସେଟଲାଇଟର ଲଂଚ କରିଥିଲା । ଏହି ଲଂଚ ସହିତ ଆମେରିକା ଓ ଋଷ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା ।ଏବଂ ଦୁଇ ଦେଶ ମଧ୍ୟ ଅସ୍ତ୍ର ପ୍ରତିଯୋଗୀତା ତୀବ୍ର ହୋଇଥିଲା । ।

ମାର୍କ କହିଛନ୍ତି, ଚୀନର ହାଇପରସୋନିକ ଅସ୍ତ୍ରଶସ୍ତ୍ର ବିଷୟରେ ଯାହା ଦେଖିଛୁ , ତାହା ଚିନ୍ତାଜନକ ଅଟେ । ମୁଁ ନିଶ୍ଚିତ ଭାବରେ ଦାବି କରିକି ଏହା କହିପାରିବି ନାହିଁ କି ସେଠାରେ ଏକ ସ୍ପୁଟନିକ ଅଛି । କିନ୍ତୁ ମୁଁ ଭାବୁଛି ଏହି ପରୀକ୍ଷଣ ସେହି ମୂହୁର୍ତ୍ତ ଅତି ନିକଟତର କୁହାଯାଇପାରେ । ଏହା ପ୍ରଥମ ଥର ହୋଇଛି ଯେ ଆମେରିକା ଚୀନର ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ସର୍ବସାଧାରଣରେ କହିଛି । ଏହା ପୂର୍ବରୁ ଆମେରିକାର ପ୍ରତିରକ୍ଷା ବିଭାଗ ଏହି ପରୀକ୍ଷଣକୁ ନିଶ୍ଚିତ କରିବାକୁ ମନାକରିଦେଇଥିଲା ।

ହାଇପରସୋନିକ ମିସାଇଲ ବାଲେଷ୍ଟିକ ମିସାଇଲଠୁ ଅଧିକ ଶକ୍ତିଶାଳୀ । ହାଇପରସୋନିକ ମିସାଇଲ ଶଦ୍ଦର ଗତିଠାରୁ ଏହା ୫ ଗୁଣା ଅଧିକ ଗତିରେ ଶତ୍ରୁ ଉପରେ ଆକ୍ରମଣ କରି ପାରିବ । ଯଦି କେଉଁ ଦେଶ ହାଇପରସୋନିକ ମିସାଇଲ ଲଂଚ କରେ ତେବେ ଏହାକୁ ଆଂଟି ସିଷ୍ଟମ ମିସାଇଲ ସହାୟତାରେ ଅଟକାଇବା ସମ୍ଭବପର ନୁହେଁ । ତଥାପି କେତେକ ସୁପର ପାୱାର ଦେଶ କ୍ରୁଜ ଓ ବାଲାଷ୍ଟିକ କ୍ଷପଣାସ୍ତ୍ରରୁ ରକ୍ଷା ପାଇବା ପାଇଁ ସିଷ୍ଟମ ପ୍ରସ୍ତୁତ କରିଛନ୍ତି । ଏବେ ଆମେରିକା,ଚୀନ, ଋଷ, ଓ ଉତ୍ତର କୋରିଆ ହାଇପରସୋନିକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି ।

Leave A Reply

Your email address will not be published.