ଭୁବନେଶ୍ବର: ବିଜେଡିକୁ ଜୋରଦାର୍ ଝଟକା। ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଫୁଲତୋଡ଼ା ଦେଇ ଦଳକୁ ସ୍ବାଗତ କରିଥିଲେ। ଅମର ପଟ୍ଟନାୟକ ବିଜେଡି ଟିକେଟରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ l ତେବେ ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିଜେଡ଼ି ଦଳର ଆଇଟି ସେଲ ମୁଖ୍ୟ ଥିଲେ l
ପ୍ରମୁଖ ଖବର
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ