ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କନ୍ଦାଇଲାଣି ତୈଳ ଦର ବୃଦ୍ଧି..

0

ତୈଳଦର ବୃଦ୍ଧିରୁ ନିସ୍ତାର ମିଳନି । ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ୨୧ ଥର ବଢିଲାଣି ପେଟ୍ରୋଲ ଦର । ଦେଶରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ନୂଆ ରେକର୍ଡ କରୁଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ମଧ୍ୟପ୍ରଦେଶ ସମୀନ୍ତବର୍ତ୍ତୀ ଜିଲ୍ଲାରେ ପେଟ୍ରୋଲ ପ୍ରତି ଲିଟରକୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ସେହିପରି ଡିଜେଲ ପାଖାପାଖି ୧୧୦ ଟଙ୍କାରେ ପହଞ୍ଚିଛି । ସେହିପରି ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାକୁ ଲାଗିଥିବା ବାଲାଘାଟରେ ମଧ୍ୟ ପେଟ୍ରୋଲ ଦର ୧୨୦ ଟଙ୍କା ଛୁଇଁଛି ।
ଜାଣନ୍ତୁ କେଉଁଠି କେତେ ତୈଳ ଦର?

ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୮.୨୯ ୯୭.୦୨
ମୁମ୍ବାଇ ୧୧୪.୧୪ ୧୦୫.୧୨
କୋଲକାତା ୧୦୮.୭୮ ୧୦୦.୧୪
ଚେନ୍ନାଇ ୧୦୫.୧୩ ୧୦୧.୨୫
ଭୁବନେଶ୍ୱର ୧୦୯.୨୫ ୧୦୫.୮୪

ତୈଳ ଦରର ଅହେତୁକ ବୃଦ୍ଧି ହେତୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି । । ଦେଶରେ ତୈଳକୁ ଜିଏସଟି ଅଧିନକୁ ଅଣାଯାଇନାହିଁ । ଯଦି ଏହାକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଆନ୍ତା ତେବେ ଦର ହ୍ରାସ ହୁଅନ୍ତା । କିନ୍ତୁ ବାରମ୍ବାର ପ୍ରତିବାଦ ପରେ ବି ବର୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନକୁ ଅଣାଯାଇନାହିଁ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଆଧାରରେ ପେଟ୍ରୋଲ ଓ ଡିଜେଲର ଦର ପ୍ରତିଦିନ କମ ବେଶୀ ହୋଇଥାଏ । ତୈଳ ମାର୍କେଟିଂ କମ୍ପାନୀ ଗୁଡିକ ପ୍ରତିଦିନ ସମୀକ୍ଷା କରିବା ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର କରିଥାନ୍ତି । ଇଣ୍ଡିଆନ ଅଏଲ,ଭାରତ ପେଟ୍ରୋଲିୟମ,ହିନ୍ଦୁସ୍ଥାନ ପେଟ୍ରୋଲିୟମ ଓ ଅନ୍ୟାନ୍ୟ ତୈଳ କମ୍ପାନୀ ପ୍ରତିଦିନ ସକାଳେ ଅନେକ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଅପଡେଟ କରନ୍ତି ।

Leave A Reply

Your email address will not be published.