ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ସେନାର ଏନକାଉଣ୍ଟରରେ ଟଳିଲା ଆତଙ୍କବାଦୀ

0

ଜମ୍ମୁ କାଶ୍ମୀର ବାରମୂଳାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆତଙ୍କବାଦୀ ମାନେ ସେନା ଓ ପୁଲିସଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏହା ପରେ ସୁରକ୍ଷାକର୍ମୀ ମାନେ ପାଲଟା ଆକ୍ରମଣ କରିଥିଲେ । ବାରମୂଳା ଚେରଦାରୀରେ ଏହି ଘଟଣା ଘଟିଛି ।

ଏନକାଉଣ୍ଟରରେ ନିହତ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି । ମୃତ ଆତଙ୍କବାଦୀ ଜାଭେଦ ୱାନି ବୋଲି ଜଣାପଡିଛି । ତା ନିକଟରୁ ଗୋଟେ ପିସ୍ତଲ, ପାକିସ୍ତାନୀ ଗ୍ରେନେଡ୍‌, ଓ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । କାଶ୍ମୀର ପୁଲିସ ଆଇଜି କହିଛନ୍ତି, ମୃତ ଆତଙ୍କବାଦୀ ଜାଭେଦ ୱାନି ଅକ୍ଟୋବର ୨୦ରେ ବାନପୋହରେ ବିହାରର ଦୁଇ ଶ୍ରମିକଙ୍କୁ ହତ୍ୟା କରିବାରେ ଆତଙ୍କବାଦୀ ଗୁଲଜାରଙ୍କୁ ସହଯୋଗ କରିଥିଲା । ପୁଲିସର ସୂଚନା ଅନୁସାରେ, ବାରମୂଳାରେ ଜଣେ ଦୋକାନୀଙ୍କୁ ଟାର୍ଗେଟ କରିବା ନେଇ ଜାଭେଦ ମିଶନରେ ଥିଲା ।

ଏହା ପୂର୍ବରୁ ଏନଆଇଏ ବୁଧବାର ଜମ୍ମୁ କାଶ୍ମୀରର ୭ଟି ଜିଲ୍ଲାର ୧୭ଟି ସ୍ଥାନରେ ଜାମାତ-ଇ-ଇସଲାମୀର ଆତଙ୍କବାଦୀ ଆର୍ଥିକ ସହାୟତା ନେଇ ଯାଞ୍ଚ କରିଛି । କାଶ୍ମୀରର ଅନନ୍ତନାଗ, କୁଲଗାମ, ଗାଣ୍ଡରବାଲ, ବାନ୍ଦିପୋରା, ବୁଡ଼ଗାମ ଜିଲ୍ଳା,ଜମ୍ମୁର କିସ୍ତବାଡ଼ରେ ଏହି ଚଢାଉ କରାଯାଇଥିବା ଏଜେନ୍ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚରେ ଜମାତ-ଇ-ଇସଲାମିକର ସଦସ୍ୟ ପରିସରଭୁକ୍ତ ଏବଂ ସନ୍ଦିଗ୍ଧଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନେକ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି । କାଶ୍ମୀରର ୧୦ ଜିଲ୍ଲା ଓ ଜମ୍ମୁର ୪ ଜିଲ୍ଲାର ୬୧ ସ୍ଥାନରେ ଚଢାଉ କରାଯାଇଥିବା କହିଛନ୍ତି ।

Leave A Reply

Your email address will not be published.