ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା!

0

ବିବାହ କରିବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କ୍ୟାଟ୍ରିନା ଓ ଭିକି କୌଶଲଙ୍କ ମଧ୍ୟରେ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଡିସେମ୍ବରରେ ବାହା ହେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ରୋକା ସମାରୋହ ହୋଇଥିବା ନେଇ ଶୁଣିବାକୁ ମିଳୁଛି।

କ୍ୟାଟ୍ରିନା ଓ ଭିକିଙ୍କ ମଧ୍ୟରେ ବିବାହ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହୋଇଛି । ଫ୍ୟାନମାନେ ଏନେଇ ବେଶ୍ ଉତ୍ସାହିତ ଅଛନ୍ତି । ସୂଚନା ଅନୁସାରେ କ୍ୟାଟ୍ରିନା ଓ ଭିକି ବିବାହରେ କଣ ପୋଷାକ ପିନ୍ଧିବେ ତାହା ମଧ୍ୟ ତିଆରି ସରିଛି । ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଡିଜାଇନର ଲେହେଙ୍ଗା କ୍ୟାଟ୍ରିନା ପିନ୍ଧିବା ନେଇ ଜଣାପଡିଛି ।

ତେବେ ଅନେକ ସମୟରେ ଦୁଇ ଜଣଙ୍କ ବିଭିନ୍ନ ଆୱାର୍ଡ ସୋ, ପୋଗ୍ରମାରେ ଦେଖିବାକୁ ମିଳେ । ନିକଟରେ ଭିକିଙ୍କ ଫିଲ୍ମ ‘ସର୍ଦ୍ଦାର ଉଧାମ’ର ସ୍କ୍ରିନିଂରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା । ଉଭୟ ପରସ୍ପର ଆଲିଙ୍ଗନ କରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲ । ଏହା ପରେ ଫ୍ୟାନ ତାଙ୍କୁ ବିବାହ କରିଯିବା ନେଇ କମେଣ୍ଟ ଦେଇଥିଲେ ।

ଡିସେମ୍ବରେ ବିବାହ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଯାଏ କୌଣସି ନିଦ୍ଦିଷ୍ଟ ତାରିଖ ଚୂଡାନ୍ତ ହୋଇନାହିଁ । ତେବେ ଏହାରି ଭିତରେ କ୍ୟାଟ୍ରିନା କହିଛନ୍ତି, ମୋ ବିବାହକୁ ନେଇ ୧୫ ବର୍ଷ ହେବ ଚର୍ଚ୍ଚା ଲାଗି ରହିଛି । ହେେଏ ବାହାଘର ନେଇ କିଛି ପ୍ରସ୍ତୁତି ହୋଇନାହିଁ କୌଣସି ତାରିଖ ଠିକ କରାଯାଇନାହିଁ । ବାହାଘର ପ୍ରସ୍ତୁତି ଆରମ୍ଭ ହେଲେ ସମସ୍ତେ ଜାଣିବେ ବୋଲି କହିଛନ୍ତି କ୍ୟାଟ୍ରିନା । ସେଲିବ୍ରିଟି ମ୍ୟାନେଜର ରେଶମା ଶେଟ୍ଟୀଙ୍କ ଘରେ କ୍ୟାଟ୍ରିନା ଓ ଭିକି କୌଶଲ ପ୍ରଥମ ନଜର ଆସିଥିଲେ । ଉଭୟ ଉଭୟଙ୍କୁ ଗିଫ୍ଟ ଦେଉଥିବା ଫଟୋ ଭାଇରାଲ ହୋଇଥିଲ ।

Leave A Reply

Your email address will not be published.