ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

ଜେଲରୁ ଫେରିବ ପୁଅ

0

ଜେଲରୁ ଫେରିବ ପୁଅ । ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ୨୫ ଦିନ ପରେ ଜାମିନ ମିଳିବା ପରେ ସେ ଏବେ ମନ୍ନତ ଫେରିବେ । ଆଜି କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିପାରନ୍ତି । ତେବେ ଆର୍ୟନ ଖାନଙ୍କ ଜାମିନ ମିଳିବା ଶୁଣିବା ପରେ ଖୁସିର କାନ୍ଦି ପକାଇଥିଲେ ଶାହାରୁଖ ଖାନ୍ । ଅନେକ ଫିଲ୍ମରେ କାନ୍ଦିବା ଅଭିନୟ କରୁଥିବା ଶାହାରୁଖ ପୁଅ ଫେରିବା ଖୁସିରେ ସତରେ କାନ୍ଦି ପକାଇଥିଲେ । ଶାହରୁଖ ନିଜର ଲୁହକୁ ଅଟକାଇପାରିନଥିଲେ ।

ଆର୍ୟନ ଖାନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିବା ପରେ ଶାହାରୁଖ ଆଇନଜୀବୀ ସତୀଶ ମନସିନ୍ଧେଙ୍କ ଟିମ ସହ ଏକ ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫଟୋରେ ଶାହାରୁଖ କେତେ ଖୁସିଥିବା ନଜର ଆସୁଛନ୍ତି । ଆର୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଶାହାରୁଖ ଓ ଗୌରୀ ଖାନଙ୍କ ଆଖିରୁ ନିଦ ହଜିଯାଇଥିଲା । ପୁଅକୁ ଜେଲରୁ ମୁକୁଳାଇବା ପାଇଁ ଦିନ ରାତି ଲାଗିପଡିଥିଲେ । ପଠାନ ଫିଲ୍ମ ସୁଟିଂକୁ ମଧ୍ୟ ଅଧାରୁ ଛାଡି ଦେଶକୁ ଫେରିଥିଲେ ଶାହାରୁଖ ।

ଆର୍ୟନଙ୍କୁ ବେଲ ମିଳିବା ପରେ ଅନେକ ସେଲିବ୍ରିଟି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସୋନୁ ସୁଦ୍ଦ,ଆର ମାଧବନ ଖୁସି ଜଣାଇଛନ୍ତି । ଆର ମାଧବନ ଟୁଇଟ କରି ଲେଖିଛନ୍ତି ଯେ, ଭଗବାନଙ୍କୁ ଧନ୍ୟବାଦ । ସେହିପରି ସୋନୁ ସୁଦ୍ଦ ଟୁଇଟ କରିଛନ୍ତି ଯେ, ସମୟ ଯେତେବେଳେ ନ୍ୟାୟ କରେ , ସାକ୍ଷୀମାନଙ୍କର କୌଣସି ଆବଶ୍ୟକତା ପଡିନଥାଏ । ଟିଭି କଳାକାର ଆମିର ଅଲ୍ଲୀ, ଗାୟକ ମିକା ସିଂ ମଧ୍ୟ ଆର୍ୟନ ଜାମିନ ମଞ୍ଜୁର ଖବର ଶୁଣିବା ପରେ କହିଛନ୍ତି ଯେ, ଭଗବାନଙ୍କ ଘର ଡେରି ହୁଏ କିନ୍ତୁ କେବେ ଅନ୍ଧାର ନଥାଏ ।

ଅକ୍ଟୋବରୁ ୨ରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଆର୍ୟନ ଖାନଙ୍କୁ ଗିରଫ କରିଥିଲା । ଦୀର୍ଘ ୨୫ ଦିନ ହେବ ଆର୍ଥର ରୋଡ ଜେଲରେ ଅଛନ୍ତି ଆର୍ୟନ । ପୂର୍ବରୁ ଦୁଇ ଥର ସେଶନ୍ସ କୋର୍ଟରେ ତାଙ୍କା ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏନସିବି ଲଗାତର ଆର୍ୟନଙ୍କ ଜାମିନକୁ ବିରୋଧ କରିଆସୁଥିଲା । ଏହା ପରେ ଆର୍ୟନଙ୍କ ଓକିଲ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ୩ ଦିନ ହେବ ଲଗାତର ଶୁଣାଣି କରିବା ପରେ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ ମଧ୍ୟ ଜାମିନ ମିଳିଥିବା ବେଳେ ଆଜି କିମ୍ବା କାଲି ରାୟର କପି ଆସିବା ପରେ ଜେଲରୁ ମୁକୁଳିବେ ୩ ଜଣ ।

Leave A Reply

Your email address will not be published.