ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କୃଷି ଆଇନ ପ୍ରତ୍ୟାହାର ନେଇ କଣ କହିଲେ ବିରୋଧୀ ?

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ନାନକ ଜୟନ୍ତୀ ଅବସରରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ମୋଦୀ । କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ଘୋଷଣା ପରେ ରାଜନୀତି ଜୋରଦାର । ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା ସାମନାକୁ ଆସିବାରେ ଲାଗିଛି । ଆରମ୍ଭ ହୋଇଛି ବୟାନବାଜି

କୃଷକ ନେତା ରାକେଶ ଟିକାୟତ କହିଛନ୍ତି ,କେବେଳ ଘୋଷଣା କଲେ ହେବନି । ଯେବେ ଯାଏଁ ସଂସଦରେ ଏହି ଆଇନ ଉଚ୍ଛେଦ ନହୋଇଛି ସେ ଯାଏଁ ଆନ୍ଦୋଳନ ଜାରି ରହିବ । ସରକାର ଏମଏସପି ପ୍ରସଙ୍ଗ ସହିତ ଅନ୍ୟ ପ୍ରସଙ୍ଗରେ ବି ଆଲୋଚନା କରିବା ଜରୁରୀ । ରାହୁଲ ଗାନ୍ଧୀ ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ପରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ଆସିଛି ସେ କହିଛନ୍ତି, ଦେଶର ଅନ୍ନଦାତା ଆନ୍ଦୋଳନ ମଧ୍ୟରେ ଅହଙ୍କାରରମୁଣ୍ଡ ତଳକୁ ନୁଆଁଇଛନ୍ତି ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ ଗାନ୍ଧୀ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି । କହିଛନ୍ତି ସରକାରଙ୍କ ବିରୋଧରେ ଏହା କୃଷକଙ୍କ ବଡ଼ ବିଜୟ । କଂଗ୍ରେସ ନେତା ପି.ଚିଦାମ୍ବରମ ଟୁଇଟ କରି ଲେଖିଛନ୍ତି ଯେ,ଆଗକୁ ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କୃଷି ଆଇନ ପ୍ରତ୍ୟାହାର ହେବା କୃଷକ ଭାଇ ଓ କଂଗ୍ରେସ ପାର୍ଟି ପାଇଁ ଏକ ବଡ଼ ବିଜୟ ।

ସେହିଭଳି ଆପ ସାଂସଦ ସଂଜୟ ସିଂହ କହିଛନ୍ତି, ଏହା ମୋଦୀଙ୍କ ଅନ୍ୟାୟ ଉପରେ କୃଷକ ଆନ୍ଦୋଳନର ଏକ ବଡ଼ ବିଜୟ । ଦେଶର ଅନ୍ନଦାତାଙ୍କ ଉପରେ ପ୍ରାୟ ବର୍ଷେ ହେବ ଘୋର ଅନ୍ୟାୟ ହୋଇଛି । ସଂଜୟ ରାୱତ କହିଛନ୍ତି, ପଞ୍ଜାବ ଓ ଉତ୍ତର ପ୍ରଦେଶ ନିର୍ବାଚନ ଭୟ ଥିବାରୁ ଏହି ଆଇନଗୁଡିକ ପ୍ରତ୍ୟାହାର ନିଆଯାଇଛି । ସରକାରଙ୍କ ଉପରେ ଚାପ ଥିଲା ଶେଷରେ କୃଷକମାନେ ଜିତିଲେ କୃଷି ଆଇନ ପ୍ରତ୍ୟାହାର ନେଇ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି ।କହିଛନ୍ତି, କୃଷକଙ୍କ ଆନ୍ଦୋଳନକୁ ଏକ ଐତିହାସିକ ସଫଳତା ମିଳିଛି ।

ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ଯେ, ଏହା ଦ୍ୱାରା ଏକ କଡ଼ା ବାର୍ତ୍ତା ଯାଇଛି ଯେ,ଦେଶ ଏକଜୁଟ ହେଲେ କୌଣସି ବି ନିଷ୍ପତ୍ତି ର ପରିବର୍ତ୍ତନ କରାଯାଇପାରିବ । ନିର୍ବାଚନରେ ପରାଜୟ ଭୟରେ ମୋଦୀ ଏହି ଆଇନ ପ୍ରତ୍ୟାହାର କରିନେଇଛନ୍ତି । କୃଷକଙ୍କ ବିଜୟ ହେଉଛି ଦେଶବାସୀଙ୍କ ବିଜୟ ।

Leave A Reply

Your email address will not be published.