ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ହାରିସଙ୍କ ହାତରେ ରହିବ ଆମେରିକା ରାଷ୍ଟ୍ରପତି କ୍ଷମତା

0

ଆମେରିକା ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଘଟିଛି । । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଦିଆଯିବ ରାଷ୍ଟ୍ରପତି ଦାୟିତ୍ୱ । ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ଏହା ଏଥିପାଇଁ କରାଯିବ କାରଣ, ବାଇଡେନ କଲୋନୋସ୍କୋପି ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ । ସେଥିପାଇଁ ତାଙ୍କୁ ଆନେସ୍ଥିସିୟା ନେବାକୁ ପଡିବ ।

ଅ।ମେରିକା ସମ୍ବିଧାନ ଅନୁସାରେ କିଛି ସମୟ ପାଇଁ ରାଷ୍ଟ୍ରପତି ଯେକୌଣସି ବ୍ୟକ୍ତିଙ୍କୁ ତାଙ୍କର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତି କରିପାରିବେ । ଏବେ ପାଇଁ ରାଷ୍ଟ୍ରପତି ଭାବରେ ଉପରାଷ୍ଟ୍ରପତି କମଳା ହାରିସ କାର୍ଯ୍ୟ କରିବେ । ଏହି ଖବର ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ନିକଟରେ ଦୁଇ ବାଇଡେନ ଓ ହାରିସଙ୍କ ମଧ୍ୟରେ ତିକ୍ତତା ଖବର ଆସିଥିଲା ।

ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ରୁଟିନ୍ ଚେକ୍ ଅପ ପାଇଁ ୱାଶିଂଟନର ୱାଲଟର ରିଡ୍ ମିଲଟାରୀ ହସ୍ପିଟାଲରେ ଭର୍ତି ହେବେ । ଏହା ପୂର୍ବରୁ ୨୦୧୯ରେ ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ୨୦୦୨ ଓ ୨୦୦୭ରେ ତାଙ୍କୁ କଲୋନୋସ୍କୋପି ପାଇଁ ଆନେସ୍ଥିସିୟା ଦେବାକୁ ପଡିଥିଲା।

ତେବେ ୨୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ମହିଳାଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ମିଳିନି । ଆମେରିକାର ସମସ୍ତ ସାମରିକ ଶକ୍ତି ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ହାରିସ ନେବେ । ହାରିସ ୱେଷ୍ଟ ୱିଙ୍ଗରେ ଥିବା ତାଙ୍କ କାର୍ଯ୍ୟାଳୟରୁ କାମ କରିବେ । ବାଇଡେନ ସୁସ୍ଥ ହେବା ପରେ ପୁଣି ସେ ରାଷ୍ଟ୍ରପତି ଭାବେ ସେ ତାଙ୍କର କାମ ଆରମ୍ଭ କରିବେ । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଦେଇଛନ୍ତି ବାଇଡେନ । ସେ ହେଉଛନ୍ତି ଆମେରିକା ଇତିହାସର ସବୁଠୁ ବୟସ୍କ ରାଷ୍ଟ୍ରପତି ।

Leave A Reply

Your email address will not be published.