ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କୃଷି ଆଇନ ପ୍ରତ୍ୟାହାରରେ ଆଜି ଲାଗିବ ମୋହର

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ସଂସଦରେ ଶୀତକାଳୀନ ଅଧିବେଶନ ଆଗରୁ ଆଜି ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବ। ତିନି କୃଷି ଆଇନ ପ୍ରତ୍ୟାହାର ସଂପର୍କିତ ପ୍ରସ୍ତାବ ବି କ୍ୟାବିନେଟ୍ ସାମ୍ନାକୁ ଆସିବ। କ୍ୟାବିନେଟ ମୋହର ବାଜିବା ପରେ ସଂସଦର ଉଭୟ ଗୃହରେ ଏହି ବିଲ ପାରିତ ହେବ ଓ ଏହା ପରେ ୩ କୃଷି ଆଇନ ରଦ୍ଦ ହେବ।

କୃଷି ଆଇନ ରଦ୍ଦ ହେବା ପରେ ହିଁ ଦିଲ୍ଲୀ ସୀମାରେ ବସିଥିବା ଚାଷୀମାନେ ଆନ୍ଦୋଳନରୁ ହଟିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି। ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧୀବେଶନ ଆରମ୍ଭରେ କୃଷି ଆଇନ ପ୍ରତ୍ୟାହାରର ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ। ସଂସଦର ନିୟମ ଅନୁଯାୟୀ ଯେକୌଣସି ପୁରୁଣା ଆଇନ ପ୍ରତ୍ୟାହାର ପ୍ରକ୍ରିୟା ମଧ୍ୟ ନୂଆ ଆଇନ ତିଆରି କରିବା ସହିତ ସମାନ। ଯେପରି ଏକ ନୃତନ ଆଇନ ଆଣିବା ପାଇଁ ସଂସଦରେ ଉଭୟ ଗୃହରେ ବିଲ ପାରିତ ହେବା ଜରୁରୀ; ସେହିଭଳି ପୁରୁଣା ଆଇନ ପ୍ରତ୍ୟାହାର କିମ୍ବା ରଦ୍ଦ ପାଇଁ ସଂସଦର ଉଭୟ ଗୃହରେ ବିଲ ପାରିତ ହେବା ଆବଶ୍ୟକ।

ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲେ। କିଛି ଚାଷୀଙ୍କୁ ତାଙ୍କ ସରକାର କୃଷି ଆଇନ ସମ୍ପର୍କରେ ବୁଝାଇବାରେ ବିଫଳ ହୋଇଛନ୍ତି। ତେଣୁ କୃଷକଙ୍କ ହିତ ପାଇଁ ସରକାର ଭଲ କୃଷି ଆଇନ ତିଆରି କରିଥିଲେ ମଧ୍ୟ ବାଧ୍ୟ ହୋଇ ପ୍ରତ୍ୟାହାର କରୁଛନ୍ତି ବୋଲି କହିଥିଲେ। ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିଥିଲେ ପ୍ରଧାମନ୍ତ୍ରୀ।

କିଛି ଗୁରୁତ୍ୱପୂର୍ଣ୍ଣ କଥା..
() ୩ଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଗୋଟିଏ ବିଲ ଆଗତ କରିବେ

() ବିଲ୍‌ର ନାଁ ହେବ: କୃଷି ଆଇନ ରଦ୍ଦ ବିଲ୍‌, ୨୦୨୧

() ଅଧିବେଶନରେ ପ୍ରଥମ ଦିନରେ ଲୋକସଭାରେ ଉପସ୍ଥାପିତ ହେବ ସମ୍ଭାବନା

()ପ୍ରତ୍ୟାହାର ନେଇ ଆଜି କ୍ୟାବିନେଟରେ ମୋହର ବାଜିପାରେ

() ସରକାର ଏହି ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ୨୫ଟ ନୂତନ ବିଲ ତାଲିକା ଭୁକ୍ତ କରିଛନ୍ତି

() ସରକାର ତାଲିକା ଭୁକ୍ତ କରିଥିବା ନୂତନ ବିଲ ଗୁଡିକରେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ପାଇଁ ବିଲ ଅନ୍ତର୍ଭୁକ୍ତ ଅଛି

()ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ କଟକଣା ଲଗାଇବାର ସମ୍ଭାବନା ରହିଛି

Leave A Reply

Your email address will not be published.