ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଛାଡପତ୍ର ନେବେ କି ପ୍ରିୟଙ୍କା?

0

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବଲିଉଡ଼ରୁ ନେଇକି ହଲିଉଡ଼ ଯାଏଁ ସମସ୍ତଙ୍କ ପ୍ରିୟ ଯୋଡି । କିନ୍ତୁ ଏବେ ଦୁଇ ଜଣଙ୍କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସୋମବାର ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମର ବାୟୋରେ ପରିବ ର୍ନ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ବାୟୋରେ ସ୍ୱାମୀଙ୍କ ସାଙ୍ଗିଆ ‘ଜୋନସ’ ହଟାଇଦେଇଛନ୍ତି ।

ପ୍ରିୟଙ୍କା ଏମିତି କରିବା ପରେ ସୋସିଆଲ ମିଡ଼ିଆରେ ୟୁଜର୍ସଙ୍କ ମଧ୍ୟରେ ହଲଚଲ ଖେଳିଯାଇଛି । ୟୁଜର୍ସ ଏହା ଅନୁମାନ କରୁଛନ୍ତି ଯେ, ପ୍ରିୟଙ୍କା ଓ ନିକ୍ ଜୋନସଙ୍କ ସମ୍ପର୍କ ମଧ୍ୟରେ ଫାଟ ଆସିଯାଇଛି । କିଛି ଜଣ ତ ଏହା ବି ଭାବୁଛନ୍ତି ଯେ ଉଭୟ ଛାଡ଼ପତ୍ର ନେବେ । ତେବେ ପ୍ରିୟଙ୍କା କେବଳ ଇନଷ୍ଟା ବାୟୋରୁ ସାଙ୍ଗିଆ ଜୋନସ ହଟାଇ ନାହାଁନ୍ତି , ଚୋପ୍ରା ବି ଇନଷ୍ଟା ବାୟୋରୁ ହଟାଇଦେଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଓ ଫ୍ୟାନ୍ସ ଚିନ୍ତିତ ଅଛନ୍ତି ଓ ଟୁଇଟ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ଭାବୁଥିଲେ ଯେ, ଏହା ହୋଇପାରିବ ନାହିଁ ଯେ ପ୍ରିୟଙ୍କା ଓ ନିକ୍‌ ଛାଡପତ୍ର ନେବେ, ଉଭୟ ଏବେ ଦୀପାବଳିରେ ଏକାଠି ନଜର ଆସିଥିଲେ । କିନ୍ତୁ ମୁଁ ବୋଧେ ଭୁଲ ଥିଲି । ଆଉ ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, କଣ ପ୍ରିୟଙ୍କା ଓ ନିକ୍‌ଙ୍କ ଛାଡ଼ପତ୍ର ହୋଇଯାଇଛି । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ପ୍ରିୟଙ୍କା ଓ ନିକ୍‌ଙ୍କ ମଧ୍ୟରେ କିଛି ଗଡ଼ବଡ଼ ନିଶ୍ଚିତ ଚାଲିଛି ।

ତେବେ ଚଳିତ ବର୍ଷ ଦୀପାବଳିରେ ପ୍ରିୟଙ୍କା ଓ ନିକ ଏକାଠି ନଜର ଆସିଥିଲେ । ଦୁଇ ଜଣ ଏକାଠି ମିଶି ନିଜ ନୂଆ ଘରେ ଦୀପାବଳି ସେଲିବ୍ରେସନ କରିଥିଲେ । ଏହି ସେଲିବ୍ରେସନରେ ହଲିଉଡର ବହୁ ଜଣାଶୁଣା କଳାକାର ସାମିଲ ହୋଇଥିଲେ । ପ୍ରିୟଙ୍କା ଦୀପାବଳିର ଅନେକ ଫଟୋ ମଧ୍ୟ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.