ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିଜେପିକୁ ଟକ୍କର ଦେବାକୁ ପାଗ ଭିଡୁଛନ୍ତି ଅଖିଳେଶ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାହା ହାତକୁ ଯିବ, ତା ଉପରେ ବି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଆଲୋଚନା ବଢ଼ିବାରେ ଲାଗିଛି। ନିର୍ବାଚନ କିଛି ମାସ ବାକି ଥିଲେ ହେଁ, ରାଜନୈତିକ ଦଳଗୁଡିକ ସମର ସଜ୍ଜା ଆରମ୍ଭ କରିସାରିଲେଣି। ବିଜେପି-ସମାଜବାଦୀ ପାର୍ଟି ଭିତରେ ମୁଖ୍ୟତଃ ଲଢ଼େଇ ହେବ ବୋଲି କୁହାଯାଉଛି। ତେବେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏଥର ତାଙ୍କର ରଣନୀତି ପରିବର୍ତ୍ତନ କରିବା ସହିତ ଛୋଟ ଦଳକୁ ସାଙ୍ଗରେ ନେଇଯିବା ଲାଗି ଯୋଜନା କରିଛନ୍ତି। ୨୦୧୭ରେ ସମାଜବାଦୀ ପାର୍ଟି କଂଗ୍ରେସ ଓ ବହୁଜନ ସମାଜବାଦୀ ପାର୍ଟି ସହିତ ହାତ ମିଳାଇଥିଲା।

ଇତିମଧ୍ୟରେ ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି (ସପା) ଏବଂ ଆର୍‌ଏଲ୍‌ଡି (ରାଷ୍ଟ୍ରୀୟ ଲୋକଦଳ) ସହ ମେଣ୍ଟ ଚୂଡ଼ାନ୍ତ ହୋଇସାରିଛି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ସପା ଆରଏଲ୍‌ଡିକୁ ୩୬ ଆସନ ଦେବାପାଇଁ ରାଜି ଥିବା ଜଣାପଡ଼ିଛି। କିନ୍ତୁ ଉକ୍ତ ୩୬ ଆସନରୁ ୬ଟି ସପା ପ୍ରାର୍ଥୀ ଦେବ କିନ୍ତୁ ‌ସେମାନେ ଆର୍‌ଏଲ୍‌ଡି ଚିହ୍ନରେ ଲଢ଼ି‌ବେ। ଅନ୍ୟପକ୍ଷରେ ଅସଉଦ୍ଦିନ ଅୱେସିଙ୍କ ସହ ସପା ମେଣ୍ଟ କରିବ କି ନାହିଁ ସେ ନେଇ ସ୍ଥିତି ସ୍ପଷ୍ଟ ହେଉନାହିଁ।

ଆପ୍ ନେତା ସଂଜୟ ସିଂହ ଏବଂ ଅଖିଳେଶ ଯାଦବ ଗତକାଲି ଲକ୍ଷ୍ନୌରେ ବୈଠକ କରିଥିଲେ। ଆର୍‌ଏଲଡି ସହ ମେଣ୍ଟ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଖିଳେଶ ଆପ୍‌ ନେତାଙ୍କୁ ଭେଟିଛନ୍ତି। ବୈଠକ ପରେ ଆପ୍‌ ଦାବି କରିଛି ଯେ, ବିଜେପି ବିରୋଧରେ ଏକ ସାଧାରଣ ମଞ୍ଚ ପ୍ରସ୍ତୁତି ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି। ଅଖିଳେଶ ନିକଟରେ ଏସ୍‌-ବିଏସପି ଅର୍ଥାତ ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ କରିଥିଲେ। ବି‌ଜେପିର ପୂର୍ବତନ ମେଣ୍ଟ ସହ‌ଯୋଗୀ ଏସ୍‌-ବିଏସ୍‌ପିର ମୁଖ୍ୟ ହେଉଛନ୍ତି ଓମ୍‌ ପ୍ରକାଶ ରାଜଭର। ଏସ୍‌-ବିଏସ୍‌ପିର ପୂର୍ବ ଉତ୍ତରପ୍ରଦେଶର ୩୦ରୁ ୪୦ ଆସନ‌ରେ ପ୍ରଭାବ ରହିଛି। ରାଜଭର ଯୋଗୀ ସରକାରରେ ଜଣେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଥିଲେ। ବିଧାନସଭାରେ ତାଙ୍କ ଦଳରୁ ୩ ବିଧାୟକ ଅଛନ୍ତି।

ରାଜଭର କହିଛନ୍ତି, ଏନ୍‌ଡିଏରେ ତାଙ୍କୁ କୌଣସି ସମ୍ମାନ ମିଳିଲାନି। ତେଣୁ ସେ ସମାଜବାଦୀ ପାର୍ଟି ସହ ହାତ ମିଳାଇଲେ। ସେହିପରି ଅନ୍ୟ ଏକ ଆଞ୍ଚଳିକ ଦଳ ଆପ୍‌ନା ଦଳ ବି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସପା ସହ ମେଣ୍ଟ କରିବ। କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ମା’ କ୍ରୀଷ୍ଣା ପଟେଲ ଆପ୍‌ନା ଦଳର ମୁଖ୍ୟ। ଆଗାମୀ ନିର୍ବାଚନ ପାଇଁ ସପା ସହ ମେଣ୍ଟ ହେବ ବୋଲି ଏହା ଘୋଷଣା କରିଛି। କିନ୍ତୁ ଅଖିଳେଶଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି।

Leave A Reply

Your email address will not be published.