ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଗୋଲ୍ ବର୍ଷା କରି କାନାଡାକୁ ଧୋଇଦେଲା ଭାରତ

0

ଭୁବନେଶ୍ବର: ଦ୍ବିତୀୟ ମ୍ୟାଚରୁ ଆୟୋଜକ ଭାରତ କନିଷ୍ଠ ପୁୁରୁଷ ହକି ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କାନାଡାକୁ ୧୩-୧ରେ ପରାସ୍ତ କରି ନିଜର ଦମଦାର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ଖେଳାଳି। ଅନ୍ୟପକ୍ଷରେ କାନାଡା ଲଗାତାର ଦ୍ବିତୀୟ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି। ପୂର୍ବରୁ ପୋଲାଣ୍ଡଠାରୁ କାନାଡା ଦଳ ହାରିଥିଲା। ସେହିଭଳି ଭାରତ ମଧ୍ୟ ଫ୍ରାନ୍ସ ଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା।

ଆଜିର ମ୍ୟାଚରେ ଓଡ଼ିଶାର ଖେଳାଳି ଅଭିଷେକ ଲାକ୍ରା ଗୋଟିଏ ଗୋଲ୍ ଦେଇଥିଲେ। ଏହା ରାଜ୍ୟର କ୍ରୀଡ଼ା ପ୍ରେମୀଙ୍କୁ ଖୁସି ଦେଇଛି। କେବଳ ସେତିକି ନୁହେଁ, ଆଜିର ମ୍ୟାଚ୍ ରୋମାଞ୍ଚ ଆଣିବାର ଅନ୍ୟ କାରଣ ହେଲା, ଆଜି ଭାରତୀୟ ଟିମ୍ ଗୋଲ୍ ବର୍ଷା କରିଥିଲେ। ଅରାଇଜିତ ସିଂହ ଦୁଇଟି ଗୋଲ୍ ଦେଇଥିବା ବେଳେ ଶରଦାନନ୍ଦ ତିଵାରୀ, ସଂଜୟ, ଉତ୍ତମ ସିଂ ପ୍ରମୁଖଙ୍କ ଗୋଲ ଯୋଗଦାନ ଭାରତକୁ ସଫଳତା ଦେଇଥିଲା। ଉତ୍ତମ ପ୍ରଥମ ଗୋଲ୍ ଦେଇଥିଲେ। ଏହାର ଅଳ୍ପ କିଛି ସେକେଣ୍ଡ ପରେ ଅଧିନାୟକ ବିବେକ ସାଗର ଆଉ ଏକ ଗୋଲ୍ ଦେଇଥିଲେ।

Leave A Reply

Your email address will not be published.