ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଡିସେମ୍ବର ପ୍ରଥମ ସପ୍ତାହରେ ବର୍ଷା

0

ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମଶଃ ଏହି କ୍ଷେତ୍ର ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଅଗ୍ରସର ହୋଇ ୪୮ ଘଣ୍ଟା ରେ ଅଧିକ ଘନୀଭୂତ ହୋଇ ମଧ୍ୟରେ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ୪-୫ ତାରିଖ ବେଳକୁ ଏହି କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆନ୍ଧ୍ର- ଓଡ଼ିଶା ଉପକୂଳ ନିକଟ ରେ ପହଞ୍ଚିବାର ସମ୍ଭାବନା ରହିଛି ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଦିଗ ପରିବର୍ତ୍ତନ କରି ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗ ରେ ପଶ୍ଚିମବଙ୍ଗ- ବାଂଲାଦେଶ ରିକର୍ଭ କରିବାର ସମ୍ଭାବନା ଥିବା କିଛି ମଡେଲ ମାନେ ଦର୍ଶାଉଛନ୍ତି । ଲଘୁଚାପ କୁ ଶକ୍ତିଶାଳୀ କରିବା ପାଇଁ ସାମୁଦ୍ରିକ ଓ ବାୟୁମଣ୍ଡଳର ବାତାବରଣ ଅନୁକୂଳ ରହିଛି । ପାଣିପାଗ ନେଇ ଏମିତି ପୂର୍ବାନୁମାନ କରିଛନ୍ତି ସାର୍ଥକ ମିଶ୍ର।

ତେବେ ସମ୍ଭାବ୍ୟ କ୍ଷେତ୍ର ପ୍ରଭାବ ରେ ଡ଼ିସେମ୍ବର ପ୍ରଥମ ସପ୍ତାହ ରେ ରାଜ୍ୟ ରେ ବର୍ଷା ସମ୍ଭାବନା ରହିଛି । ଡିସେମ୍ବର ୨ -୫ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଏହି ସମୟ ରେ ରାଜ୍ୟ ରେ ପାଣିପାଗ କୋହୋଲା ଓ ମେଘୁଆ ରହିବା ସହିତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ରେ ଲଘୁଚାପ ର ବିଶେଷ ପ୍ରଭାବ ପଡ଼ିପାରେ। ୩୦ ତାରିଖ ପରେ ରାତି ତାପମାତ୍ରା ବଢିବ । ତେବେ ସମ୍ଭାବ୍ୟ କ୍ଷେତ୍ର ପ୍ରଭାବ ରାଜ୍ୟ ଉପରେ କେତେ ପଡ଼ିବ ତାହା ଆଗାମୀ ୩-୪ ଦିନ ମଧ୍ୟରେ ଜଣା ପଡ଼ିବ।

Leave A Reply

Your email address will not be published.