ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଖୁବ ଜୋରରେ ମାଡ଼ି ଆସୁଛି କରୋନାର ନୂଆ ରୂପ!

0
  • ଚିନ୍ତା ବଢାଇଲା ନୂଆ ଭ୍ୟାରିଆଣ୍ଟ, ୬ଟି ଦେଶକୁ ବିମାନ ଉଡାଣ ରଦ୍ଦ କଲା ୟୁକେ
  • ଭାରତ ବି ସତର୍କ ହେଲାଣି, ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଲେ ରାଜେଶ ଭୂଷଣ

ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭ୍ୟାରିଆଣ୍ଚ ଚିହ୍ନଟ ପରେ ଏହାକୁ ନେଇ ଚିନ୍ତା ବଢିଛି। ଏହି ଭ୍ୟାରିଆଣ୍ଟକୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ବାରମ୍ବାର ମ୍ୟୁଟେସନ କରି ନୂଆ ରୂପରେ ଆସିଛି କରୋନା। ୨୨ଟି ନୂଆ ମାମଲା ଚିହ୍ନଟ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସ୍ୱତନ୍ତ୍ର ବୈଠକ ଡାକିଛି। ତେବେ ଏହା କେତେ ସଂକ୍ରାମକ ଏନେଇ ସବିଶେଷ ତଥ୍ୟ ମିଳିନାହିଁ।

ଏହାରି ଭିତରେ ବ୍ରିଟେନ ୬ ଆଫ୍ରିକୀୟ ଦେଶକୁ ଉଡ଼ାଣ ରଦ୍ଦ କରିଦେଇଛି। ଭାରତ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଦକ୍ଷିଣ ଆଫ୍ରିକା, ହଂକଂ, ଓ
ବୋତସ୍ୱାନା ଦେଶରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କଡ଼ାକଡ଼ା କରାଯାଉଛି। ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ରହିଛି।ଦକ୍ଷିଣ ଆଫ୍ରିକାରେ ଗତ କିଛି ଦିନ ହେବ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢିଯାଇଛି। ଦକ୍ଷିଣ ଆଫ୍ରିକା ସରକାର ଘରୋଇ ଲାବ୍ରୋଟୋରିଗୁଡିକ ସହଯୋଗରେ ଏହି ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ବି ୱାନ, ୱାନ ଫାଇଭ ଟୁ ନାଇନ।

ଗତ ୨୨ ତାରିଖରେ ୩୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ରେ ଦୈନିକ ସଂକ୍ରମଣ ୧୨୭୫ରେ ପହଞ୍ଚିଛି। ତେବେ କେଉଁ କାରଣରୁ ସଂକ୍ରମଣ ବଢୁଛି ଏନେଇ ଅନୁଧ୍ୟାନ ଚାଲିଥିବା ବେଳେ ୨୨ ଜଣଙ୍କ ଦେହରେ ନୂଆଁ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ପୁଣି ଥରେ ଭୟ ବଢିଯାଇଛି।

ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ସାଜିକ ଜାଭିଦ ଟୁଇଟ କରି କହିଛନ୍ତି ଯେ, ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି(ୟୁକେଏଚଏସଏ) କରୋନାର ନୂଆ ଭ୍ୟାରିଆଣ୍ଟର ଅନୁସନ୍ଧାନ କରୁଛି। ତେବେ ଆହୁରି ତଥ୍ୟ ଆବଶ୍ୟକ ହେଉଛି, କିନ୍ତୁ ଆମକୁ ଏବେ ସତର୍କ ରହିବା ଆବଶ୍ୟକ। ଆସନ୍ତାକାଲି ଅପରାହ୍ନର ୬ ଆଫ୍ରିକୀୟ ଦେଶକୁ ରେଡ୍ତା ଲିକାରେ ଯୋଡାଯିବ ଏବଂ ଏଠାରୁ ଆସୁଥିବା ବିମାନଗୁଡିକ ଉପରେ କଟକଣା ଲଗାଯିବ। ଏହା ସହ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ପଡିବ।

ଦକ୍ଷିଣ ଆଫ୍ରିକାରେ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ଭାରତ ମଧ୍ୟ ସତର୍କ ହୋଇଯାଇଛି। ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ଭାରତକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କର କରୋନା ପରୀକ୍ଷା କରାଯିବ। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି କହିଛନ୍ତି ଯେ, କରୋନାର ନୂଆ ଭ୍ୟାରିଆଣ୍ଟର ମାମଲା ଦ୍ରୁତ ଗତିରେ ବଢୁଛି। ତେଣୁ ସମସ୍ତ ରାଜ୍ୟ, ଦେଶ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବା ଜରୁରୀ ଅଟେ। ନହେଲେ ଆଗକୁ ସ୍ଥିତି ପୁଣି ଖରାପ ହୋଇପାରେ।

Leave A Reply

Your email address will not be published.