ପ୍ରମୁଖ ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

ସାଙ୍ଗ ସାଜିଲା ସୈତାନ

0

ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ୍ତ । ବଲାଙ୍ଗୀରରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ଏହାକୁ ଯେକେହିବି ଦେଖିଲେ ବିଚଳିତ ହୋଇଯିବ । ସାଙ୍ଗ ସାଜିଲା ସୈତାନ । ଦୁଇ ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ପେଟ୍ରୋଲ ଢାଳି ପୋଡିଦେଇଛନ୍ତି । ଆଉ ପୋଡିବାର ଲାଇଭ ଭିଡିଓ ମଧ୍ୟ କରିଛନ୍ତି । ଭିଡିଓରେ ଦୁଇ ଜଣହତ୍ୟାକାରୀ ଜଣକୁ ପୋଡିମାରିଥିବା ବେଳେ ଅନ୍ୟ ଜଣଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଏହି ଛାତିଥରା ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ବଲାଙ୍ଗୀର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବଲାଙ୍ଗୀର ରାଜେନ୍ଦ୍ର ପ୍ରସାଦ ବିଶ୍ୱବିଦ୍ୟାଳୟ ପଛପଟେ ସୁଦପଡାରେ ଏଭଳି ଘଟଣା ଘଟିଛି । ବିଶ୍ୱଦେବ ସାହୁଙ୍କ ଅର୍ଦ୍ଧଦଗ୍ଧ ମୁତ ଦେହ ଉଦ୍ଧାର କରାଯାଇଛି । ଦୁଇ ହତ୍ୟାକାରୀ ବିଶ୍ୱଦେବଙ୍କୁ ଘରୁ ଡାକିନେଇ ଏଭଳି ନୃଶଂସ ଭାବେ ଜାଳି ହତ୍ୟା କରିଛନ୍ତି ତେବେ ଭିଡିଓରେ ଆଉ ଜଣକୁ ଧମକ ଦେଉଥିବା ପିଲା କିଏ? କାହା ଉଦ୍ଦେଶ୍ୟରେ ଏହି ଭିଡିଓ କରାଯାଇଛି ତାହାକୁ ନେଇ ଏବେ ଭିଡିଓ ଭାଇରାଲ ହେବା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଦୁଇ ଅଭିଯୁକ୍ତ ଶୁଭମ ଓ ଅମିତକୁ ଗିରଫ କରିଛି ।

ପ୍ରେମ ସଂପର୍କକୁ ନେଇ ଏଭଳି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଗିରଫ ଯୁବକଙ୍କୁ ହତ୍ୟାକାଣ୍ଡ ନେଇ ପଚରାଉଚରା କରାଯାଉଛି । ତେବେ କେଉଁ କାରଣରୁ ଶତ୍ରୁତା ଏବେ ବଢିଯାଇଥିଲା ଯେ ଦୁଇ ଜଣ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ପୋଡି ମାରିଦେଲେ ଏବଂ ଲାଇଭ ଭିଡିଓ କରି ଅନ୍ୟଜଣକ ଏବେ ତୋର ପାଳି ବୋଲି ଚେତାବନୀ ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ ଶୀଘ୍ର ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.