ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ସେୟାର ବଜାରରେ ସଂକ୍ରମଣର ପ୍ରଭାବ

0

ସେୟାର ବଜାରରେ ଭୂକମ୍ପ । କ୍ରାସ ହେଲା ସେୟାର ମାର୍କେଟ । ମାତ୍ର ୨ ଘଣ୍ଟା ରେ ସାଢେ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ । ୭ ମାସର ବ୍ୟବଧାନ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି । କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ଓ ୟୁରୋପରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡିଛି ।

ଶୁକ୍ରବାର ପ୍ରବଳ ହ୍ରାସ ସହିତ ସେୟାର ବଜାର ଖୋଲିଛି । ସେନସେକ୍ସ ୧୪୦୦ ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫ୍ଟି ୧୭ ହଜାର ତଳକୁ ଖସି ଆସିଛି । ଏସିଆର ସବୁ ସେୟାର ମାର୍କେଟ କ୍ରାସ ହୋଇଥିବା ଜଣାପଡିଛି । ସେନସେକ୍ସର ରିଲାଏନ୍ସ,କୋଟାକ ମହିନ୍ଦ୍ରା,ଇନଫୋସିସ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ଆଇସିଆଇସିଆଇ ବିଶେଷ ଭାବେ ପ୍ରଭାବିତ ହୋଇଛି । ୟୁରୋପରେ ନୂଆ ଭ୍ୟାରିଆଂଟ ଚିହ୍ନଟ ହେବା ପରେ ଏଭଳି ସ୍ଥିତି ଉପୁଜିଛି । ଗତ ଦୁଇ ସପ୍ତାହ ହେବ ଭାରତୀୟ ସେୟାର ବଜାର ଖସୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଭୟ ବଢିବାରେ ଲାଗିଛି ।

କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଦକ୍ଷିଣ ଆଫ୍ରିକା, ହଂକଂ, ବୋସୱାନାରେ ଚିହ୍ନଟ ପରେ ସେଠାରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି । କରୋନା ଟେଷ୍ଟିଂ ଓ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେୟାର ବଜାର ଖସିବାର କାରଣ କ’ଣ?
() ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ
() ୟୁରୋପରେ ସଂକ୍ରମଣ ବୃଦ୍ଧି ଅନ୍ୟ ଏକ କାରଣ
() ବିଦେଶୀ ନିବେଶକଙ୍କ ସେୟାର ବିକ୍ରି

Leave A Reply

Your email address will not be published.