ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କ୍ୟାଟ୍ରିନାଙ୍କ ବିବାହରେ ଲାଗିଲା କରୋନାର ନଜର!

0

ମୁମ୍ବାଇ: ଗୋଟେ ପଟେ ବଲିଉଡରେ ବିବାହ ଋତୁ ଚାଲିଛି ,ଅନ୍ୟପଟେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ। ତେଣୁ ବିବାହ କରିବାକୁ ଥିବା କପଲ କରୋନାରୁ ଦୂରେଇ ରହିବାକୁ ଚିନ୍ତା କରୁଛନ୍ତି। ସୂଚନା ଅନୁସାରେ ,କ୍ୟାଟିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଡିସେମ୍ବର ୯ରେ ଯୋଧପୁରରେ ଅନୁଷ୍ଠିତ ହେବାକୁ ଯାଉଛି। ବିବାହ ପାଇଁ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତି ସରିଛି। କିନ୍ତୁ ଏବେ ଓମିକ୍ରନ ଭାଇରସ ଯୋଗୁଁ ତାଲିକାର କିଛି ଅତିଥିଙ୍କ ନାଁ ତାଲିକାରୁ କାଟିବା ନେଇ ଖବର ମିଳିଛି।

ଖବର ଅନୁସାରେ ,କ୍ୟାଟ୍ରିନା ଓ ଭିକ୍କି ତାଙ୍କ ବିବାହରେ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ତେଣୁ ଉଭୟ କରୋନା ପାଇଁ ବିବାହ ଉତ୍ସବରେ କମ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଏବେ ଚିନ୍ତା କରୁଛନ୍ତି। ଉଭୟ ତାଙ୍କ ବାହାଘରରେ କୌଣସି ପ୍ରକାର ରିସ୍କ ନେବାକୁ ସେ ଚାହୁଁନାହାଁନ୍ତି। କ୍ୟାଟ୍ରିନାଙ୍କ ପକ୍ଷରୁ କିଛି ଅତିଥି ଏଭଳି ଅଛନ୍ତି ଯେଉଁମାନେ ବିଦେଶରୁ ଆସିବେ। ନୂଆ ଟ୍ରାଭେଲ ଗାଇଡଲାଇନ ପରେ କିଛି ପରିବର୍ତ୍ତନ ହୋଇପାରେ।

କ୍ୟାଟ୍ରିନା ଓ ଭିକ୍କି ପ୍ରଥମେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିବେ। ଏହା ପରେ ଯୋଧପୁରରେ ରୀତିନୀତି ଅନୁଯାୟୀ ବାହାଘର ହେବ। ଡିସେମ୍ବର ୯ରୁ ବିବାହ
ପୂର୍ବରୁ ୭ ଓ ୮ ତାରିଖରେ ପ୍ରି ୱେଡିଂ ଫଙ୍କସନ ହେବ।

Leave A Reply

Your email address will not be published.