ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କ୍ୟାଟ୍ରିନାଙ୍କ ବିବାହରେ ଲାଗିଲା କରୋନାର ନଜର!

0

ମୁମ୍ବାଇ: ଗୋଟେ ପଟେ ବଲିଉଡରେ ବିବାହ ଋତୁ ଚାଲିଛି ,ଅନ୍ୟପଟେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ। ତେଣୁ ବିବାହ କରିବାକୁ ଥିବା କପଲ କରୋନାରୁ ଦୂରେଇ ରହିବାକୁ ଚିନ୍ତା କରୁଛନ୍ତି। ସୂଚନା ଅନୁସାରେ ,କ୍ୟାଟିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଡିସେମ୍ବର ୯ରେ ଯୋଧପୁରରେ ଅନୁଷ୍ଠିତ ହେବାକୁ ଯାଉଛି। ବିବାହ ପାଇଁ ଅତିଥିଙ୍କ ତାଲିକା ମଧ୍ୟ ପ୍ରସ୍ତୁତି ସରିଛି। କିନ୍ତୁ ଏବେ ଓମିକ୍ରନ ଭାଇରସ ଯୋଗୁଁ ତାଲିକାର କିଛି ଅତିଥିଙ୍କ ନାଁ ତାଲିକାରୁ କାଟିବା ନେଇ ଖବର ମିଳିଛି।

ଖବର ଅନୁସାରେ ,କ୍ୟାଟ୍ରିନା ଓ ଭିକ୍କି ତାଙ୍କ ବିବାହରେ କୌଣସି ପ୍ରକାର ଅସୁବିଧା ନ ହେବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ତେଣୁ ଉଭୟ କରୋନା ପାଇଁ ବିବାହ ଉତ୍ସବରେ କମ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଏବେ ଚିନ୍ତା କରୁଛନ୍ତି। ଉଭୟ ତାଙ୍କ ବାହାଘରରେ କୌଣସି ପ୍ରକାର ରିସ୍କ ନେବାକୁ ସେ ଚାହୁଁନାହାଁନ୍ତି। କ୍ୟାଟ୍ରିନାଙ୍କ ପକ୍ଷରୁ କିଛି ଅତିଥି ଏଭଳି ଅଛନ୍ତି ଯେଉଁମାନେ ବିଦେଶରୁ ଆସିବେ। ନୂଆ ଟ୍ରାଭେଲ ଗାଇଡଲାଇନ ପରେ କିଛି ପରିବର୍ତ୍ତନ ହୋଇପାରେ।

କ୍ୟାଟ୍ରିନା ଓ ଭିକ୍କି ପ୍ରଥମେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିବେ। ଏହା ପରେ ଯୋଧପୁରରେ ରୀତିନୀତି ଅନୁଯାୟୀ ବାହାଘର ହେବ। ଡିସେମ୍ବର ୯ରୁ ବିବାହ
ପୂର୍ବରୁ ୭ ଓ ୮ ତାରିଖରେ ପ୍ରି ୱେଡିଂ ଫଙ୍କସନ ହେବ।

Leave A Reply

Your email address will not be published.