ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଆର ହରିକୁମାର ନୌସେନା ମୁଖ୍ୟ

0

ଭାରତୀୟ ନୌସେନାର ପ୍ରମୁଖ ଭାବେ ଶପଥ ନେଇଛନ୍ତି ଆର ହରିକୁମାର । ଆଡମିରାଲ କରମବୀର ସିଂ,ଆର ହରିକୁମାରଙ୍କୁ ଭାରତୀୟ ନୌସେନାର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ପଦରେ ତାଙ୍କୁ ଅବସ୍ଥାପିତ କରିବା ପାଇଁ ନଭେମ୍ବର ୯ରେ ନିଷ୍ପତ୍ତି ନିଆଯାଇଥିଲା । ଆଜି କେନ୍ଦ୍ର ସରକାର ଉପ ଆଡମିରାଲ ହରି କୁମାରଙ୍କୁ ନୌସେନାର ପ୍ରମୁଖ ଭାବେ ନିଯୁକ୍ତି ଦେଇଛନ୍ତି ।

ଆଡମିରାଲ ଆର ହରିକୁମାର ପଦ ଭାର ସମ୍ଭାଳିବା ପରେ କହିଛନ୍ତି ଯେ, ସାମୂଦ୍ରିକ ସୀମାକୁ ସୁରକ୍ଷା ଦେବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ । ଦାୟିତ୍ୱ ନେବା ପରେ ହରିକୁମାର ନିଜ ମାଆଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି । ଆଡମିରାଲ ଆର.ହରିକୁମାର କହିଛନ୍ତି ଯେ, ଆଡମିରାଲ କରମବୀର ସିଂ ୪୧ ବର୍ଷ ସେବା କରିବା ପରେ ଆଜି ଅବସର ନେଉଛନ୍ତି । ତାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ପାଇଁ ଆମେ କୃତଜ୍ଞ ।

୧୯୬୨ ଏପ୍ରିଲ ୧୨ରେ ଜନ୍ମଗ୍ରହଣ କରିଥିବା ଆର ହରିକୁମାରଙ୍କୁ ପରମ ବିଶିଷ୍ଠ ସେବା ମଡେଲ, ଅତି ବିଶିଷ୍ଠ ସେବା ମଡେଲ, ବିଶିଷ୍ଠ ସେବା ମଡେଲରେ ଭାରତ ସରକାର ଅଳଙ୍କୃତ କରିଛନ୍ତି । ଆଡମିରାଲ ଆର ହରିକୁମାର ୧୯୮୩ ଜାନୁଆରୀ ପହିଲାରେ ନୌସେନାରେ କାର୍ଯ୍ୟକାରୀ କମିଶନ ଭାବେ ଯୋଗ ଦେଇଥିଲେ । ପାଖାପାଖି ୩୯ ବର୍ଷର ଚାକିରି କାଳରେ ସେ କମାଣ୍ଡ,ଷ୍ଟାଫ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିଛନ୍ତି

ହରିକୁମାର ପଶ୍ଚିମ ଜାହାଜର ଅପରେଟିଂ ଅଫିସର ଭାବେ କାମ କରିଛନ୍ତି । ସେ ଭାରତୀୟ ନୌସେନାର ବିମାନ ବାହାକ ଆଇଏନଏସ ବିରାଟକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଡମିରାଲ ହରିକୁମାରଙ୍କ ଉପଲବ୍ଧି ମଧ୍ୟରେ ସାମୂଦ୍ରିକ କମାଣ୍ଡରେ ଆଇଏନଏସ ନିଶାଙ୍କ, କ୍ଷେପଣାସ୍ତ୍ର କୋରବତୀନ କୋରା ଓ ଗାଇଡେଡ ମିସାଇଲ ବିଧ୍ୱଂସକ ଆଇଏନଏସ ରଣବୀର ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.