ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ଓମିକ୍ରନ’ ଭୟ; ୧୫ ଦିନରେ ଫେରିଲେ ହଜାରେ ଯାତ୍ରୀ

0

ମୁମ୍ବାଇ: କରୋନା ନୂଆ ଭାଇରସ ଓମିକ୍ରନକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ପୂର୍ବରୁ ଆସିଥିବା ସମସ୍ତ ଭ୍ୟାରିଆଣ୍ଟ ତୁଳନାରେ ଏହି ଭ୍ୟାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଜୁହାଯାଇଛି। ତେବେ ଏହି ଭୟ ଭିତରେ ଦେଶର ମାୟାନଗରୀ ମୁମ୍ବାଇ ପାଇଁ ବଢିଛି ଚିନ୍ତା। ଜାଣିବାକୁ ମିଳିଛି ଯେ, ଗତ ୧୫ ଦିନରେ ଆଫ୍ରିକୀୟ ଦେଶରୁ ହଜାରେ ଯାତ୍ରୀ ମୁମ୍ବାଇରେ ଅବତରଣ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ବିଏମସି ଅଧିକାରୀମାନେ ଦେଇଛନ୍ତି। କହିଛନ୍ତି, ଯେ, ୧୫ ଦିନରେ ହଜାରେ ଯାତ୍ରୀ ଆଫ୍ରିକୀୟ ଦେଶରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ଓମିକ୍ରନର ବିପଦ ଅଧିକ ରହିଛି। ତେବେ ଏବେ କେବଳ ହଜାରେ ଯାତ୍ରୀରୁ ବିଏମସି ପାଖରେ ୪୬୬ ଯାତ୍ରୀଙ୍କ ତଥ୍ୟ ଅଛି। ସେମାନଙ୍କ ମଧ୍ୟରେ ୧୦୦ ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି। ଏମାନଙ୍କୁ ମଧ୍ୟରେ ଯିଏ କରୋନା ଆକ୍ରାନ୍ତ ଥିବେ ସେମାନଙ୍କ ରିପୋର୍ଟ ଜିନମ ସ୍ୱିକେନ୍ସ ପାଇଁ ପଠାଯିବ ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସେଭେନ ହିଲ୍ସ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯିବ।

ଏବେ ଏହି ବଡ଼ ବିପଦ ମଧ୍ୟରେ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।କୁହାଯାଉଛି ଯେ ଆଗାମୀ ଦିନରେ କଟକଣା ଆହୁରି
କଡ଼ାକଡ଼ି କରାଯିବ। ଅନ୍ୟପକ୍ଷରେ ସୂଚନା ମିଳୁଛି ଯେ ଡିସେମ୍ବର ପହିଲାରୁ ପ୍ରଥମରୁ ଚତୃର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ଖୋଲୁଛି। ପୂର୍ବରୁ ଖବର ଥିଲା ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ଏବେ ଛୋଟ ପିଲାଙ୍କ ସ୍କୁଲ ଖୋଲିବ ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପୋ ସ୍ପଷ୍ଟ କରିଛନ୍ତି ଯେ, ଏବେ କୌଣସି ଭ୍ୟାରିଆଣ୍ଟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ପରିବର୍ତ୍ତନ କରାଯିବନାହିଁ।

Leave A Reply

Your email address will not be published.