ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

‘ଓମିକ୍ରନ’ ଭୟ; ୧୫ ଦିନରେ ଫେରିଲେ ହଜାରେ ଯାତ୍ରୀ

0

ମୁମ୍ବାଇ: କରୋନା ନୂଆ ଭାଇରସ ଓମିକ୍ରନକୁ ନେଇ ଚିନ୍ତାରେ ପୂରା ବିଶ୍ୱ। ପୂର୍ବରୁ ଆସିଥିବା ସମସ୍ତ ଭ୍ୟାରିଆଣ୍ଟ ତୁଳନାରେ ଏହି ଭ୍ୟାରିଆଣ୍ଟ ଅଧିକ ମାରାତ୍ମକ ବୋଲି ଜୁହାଯାଇଛି। ତେବେ ଏହି ଭୟ ଭିତରେ ଦେଶର ମାୟାନଗରୀ ମୁମ୍ବାଇ ପାଇଁ ବଢିଛି ଚିନ୍ତା। ଜାଣିବାକୁ ମିଳିଛି ଯେ, ଗତ ୧୫ ଦିନରେ ଆଫ୍ରିକୀୟ ଦେଶରୁ ହଜାରେ ଯାତ୍ରୀ ମୁମ୍ବାଇରେ ଅବତରଣ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ବିଏମସି ଅଧିକାରୀମାନେ ଦେଇଛନ୍ତି। କହିଛନ୍ତି, ଯେ, ୧୫ ଦିନରେ ହଜାରେ ଯାତ୍ରୀ ଆଫ୍ରିକୀୟ ଦେଶରୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ଓମିକ୍ରନର ବିପଦ ଅଧିକ ରହିଛି। ତେବେ ଏବେ କେବଳ ହଜାରେ ଯାତ୍ରୀରୁ ବିଏମସି ପାଖରେ ୪୬୬ ଯାତ୍ରୀଙ୍କ ତଥ୍ୟ ଅଛି। ସେମାନଙ୍କ ମଧ୍ୟରେ ୧୦୦ ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି। ଏମାନଙ୍କୁ ମଧ୍ୟରେ ଯିଏ କରୋନା ଆକ୍ରାନ୍ତ ଥିବେ ସେମାନଙ୍କ ରିପୋର୍ଟ ଜିନମ ସ୍ୱିକେନ୍ସ ପାଇଁ ପଠାଯିବ ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସେଭେନ ହିଲ୍ସ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯିବ।

ଏବେ ଏହି ବଡ଼ ବିପଦ ମଧ୍ୟରେ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।କୁହାଯାଉଛି ଯେ ଆଗାମୀ ଦିନରେ କଟକଣା ଆହୁରି
କଡ଼ାକଡ଼ି କରାଯିବ। ଅନ୍ୟପକ୍ଷରେ ସୂଚନା ମିଳୁଛି ଯେ ଡିସେମ୍ବର ପହିଲାରୁ ପ୍ରଥମରୁ ଚତୃର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ଖୋଲୁଛି। ପୂର୍ବରୁ ଖବର ଥିଲା ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ଏବେ ଛୋଟ ପିଲାଙ୍କ ସ୍କୁଲ ଖୋଲିବ ନାହିଁ। କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପୋ ସ୍ପଷ୍ଟ କରିଛନ୍ତି ଯେ, ଏବେ କୌଣସି ଭ୍ୟାରିଆଣ୍ଟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ପରିବର୍ତ୍ତନ କରାଯିବନାହିଁ।

Leave A Reply

Your email address will not be published.