ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଆର ହରିକୁମାର ନୌସେନା ମୁଖ୍ୟ

0

ଭାରତୀୟ ନୌସେନାର ପ୍ରମୁଖ ଭାବେ ଶପଥ ନେଇଛନ୍ତି ଆର ହରିକୁମାର । ଆଡମିରାଲ କରମବୀର ସିଂ,ଆର ହରିକୁମାରଙ୍କୁ ଭାରତୀୟ ନୌସେନାର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ପଦରେ ତାଙ୍କୁ ଅବସ୍ଥାପିତ କରିବା ପାଇଁ ନଭେମ୍ବର ୯ରେ ନିଷ୍ପତ୍ତି ନିଆଯାଇଥିଲା । ଆଜି କେନ୍ଦ୍ର ସରକାର ଉପ ଆଡମିରାଲ ହରି କୁମାରଙ୍କୁ ନୌସେନାର ପ୍ରମୁଖ ଭାବେ ନିଯୁକ୍ତି ଦେଇଛନ୍ତି ।

ଆଡମିରାଲ ଆର ହରିକୁମାର ପଦ ଭାର ସମ୍ଭାଳିବା ପରେ କହିଛନ୍ତି ଯେ, ସାମୂଦ୍ରିକ ସୀମାକୁ ସୁରକ୍ଷା ଦେବା ପାଇଁ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ । ଦାୟିତ୍ୱ ନେବା ପରେ ହରିକୁମାର ନିଜ ମାଆଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି । ଆଡମିରାଲ ଆର.ହରିକୁମାର କହିଛନ୍ତି ଯେ, ଆଡମିରାଲ କରମବୀର ସିଂ ୪୧ ବର୍ଷ ସେବା କରିବା ପରେ ଆଜି ଅବସର ନେଉଛନ୍ତି । ତାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ପାଇଁ ଆମେ କୃତଜ୍ଞ ।

୧୯୬୨ ଏପ୍ରିଲ ୧୨ରେ ଜନ୍ମଗ୍ରହଣ କରିଥିବା ଆର ହରିକୁମାରଙ୍କୁ ପରମ ବିଶିଷ୍ଠ ସେବା ମଡେଲ, ଅତି ବିଶିଷ୍ଠ ସେବା ମଡେଲ, ବିଶିଷ୍ଠ ସେବା ମଡେଲରେ ଭାରତ ସରକାର ଅଳଙ୍କୃତ କରିଛନ୍ତି । ଆଡମିରାଲ ଆର ହରିକୁମାର ୧୯୮୩ ଜାନୁଆରୀ ପହିଲାରେ ନୌସେନାରେ କାର୍ଯ୍ୟକାରୀ କମିଶନ ଭାବେ ଯୋଗ ଦେଇଥିଲେ । ପାଖାପାଖି ୩୯ ବର୍ଷର ଚାକିରି କାଳରେ ସେ କମାଣ୍ଡ,ଷ୍ଟାଫ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିଛନ୍ତି

ହରିକୁମାର ପଶ୍ଚିମ ଜାହାଜର ଅପରେଟିଂ ଅଫିସର ଭାବେ କାମ କରିଛନ୍ତି । ସେ ଭାରତୀୟ ନୌସେନାର ବିମାନ ବାହାକ ଆଇଏନଏସ ବିରାଟକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଡମିରାଲ ହରିକୁମାରଙ୍କ ଉପଲବ୍ଧି ମଧ୍ୟରେ ସାମୂଦ୍ରିକ କମାଣ୍ଡରେ ଆଇଏନଏସ ନିଶାଙ୍କ, କ୍ଷେପଣାସ୍ତ୍ର କୋରବତୀନ କୋରା ଓ ଗାଇଡେଡ ମିସାଇଲ ବିଧ୍ୱଂସକ ଆଇଏନଏସ ରଣବୀର ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.