ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କ୍ୟାଟ୍ରିନାଙ୍କ ହାତରେ ଭିକ୍କିଙ୍କ ମେହେନ୍ଦୀ

0

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଷ୍ଟାର ଯୋଡି କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏଥିପାଇଁ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସେସ ଫୋର୍ଟ ବୱାର୍ଡାରେ ଭବ୍ୟ ଆୟୋଜନ କରାଯାଇଛି । ଗତକାଲି ସଙ୍ଗୀତ ଥିବା ବେଳେ ଆଜି ହେଉଛି ମେହେନ୍ଦୀ । ଏଥିରେ ବଡ଼ ବଡ଼ ସେଲିବ୍ରେଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ହ୍ରିତିକ ରୋସନ,ଆଲିଆ ଭଟ୍ଟ, କବୀର ଖାନ୍‌,ଅନୁଷ୍କା ଶର୍ମା, ନେହା ଧୂପିଆ ଉତ୍ସବରେ ସାମିଲ ହେବା ପାଇଁ ପହଞ୍ଚିସାରିଲେଣି । ଗତକାଲି ସଙ୍ଗୀତ ଉତ୍ସବରେ କାଲା ଚଷମାଠୁ ଆରମ୍ଭ କରି ତେରି ଓର ଯାଏଁ ଗୀତରେ ଝୁମିଥିଲେ ସମସ୍ତେ ।

ଆସନ୍ତାକାଲି ବାହାଘରେ ସାମିଲ ହେବା ପାଇଁ ଅତିଥିଙ୍କ ଭିଡ ଜମିଲାଣି । ପରିବାର, ବନ୍ଧୁବାନ୍ଧବ, ପ୍ରିୟଜନଙ୍କୁ ମିଶାଇ ୧୨୦ ଅତିଥି ଏହି ରୟାଲ ୱେଡିଂରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି । ଆଲୋକମାଳାରେ ଝଲସୁଛି ସୱାଇ ମାଧୋପୁର ସ୍ଥିତ ବରୱାରା ଦୁର୍ଗ । ଏଥିପାଇଁ ପ୍ୟାଲେସକୁ ସ୍ୱତନ୍ତ୍ର ଭାବେ ସାଜସଜ୍ୱା କରାଯାଇଛି । କ୍ୟାଟ୍ରିନାଙ୍କ ବାହାଘରରେ ସଲମାନ ଖାନ୍ ଆସନପାରନ୍ତି କିନ୍ତୁ ତାଙ୍କ ପରିବାର ଲୋକ ଆସିପାରନ୍ତି ବୋଲି କୁହାଯାଉଛି । ବିବାହ ସ୍ଥାନର ସୁରକ୍ଷା ସଲମାନଙ୍କ ବଡିଗାର୍ଡ ଶେରାଙ୍କୁ ଦିଆଯାଇଛି । କ୍ୟାଟ୍ରିନାଙ୍କ ଭେନ୍ୟୁ ସିକ୍ସ ସେନ୍ସ ଦୁର୍ଗ ଓ ଭିକିଙ୍କ ବିବାହର ସମ୍ପୂର୍ଣ୍ଣ ଏବେ ଶେରାଙ୍କ ସୁରକ୍ଷା କମ୍ପାନୀ ହାତରେ ରହିଛି ।

ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତଙ୍କ ଚାଲିବ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହ ଉତ୍ସବ । ଗତକାଲି ସଙ୍ଗୀତ ଥିବା ବେଳେ ଆଜି ହେଉଛି ମେହେନ୍ଦୀ ସେରିମନି । ଏବଂ ଆସନ୍ତାକାଲି ବାହାଘର । ତେବେ ବିବାହ ଉତ୍ସବରେ ମୋବାଇଲ ଫୋନ ବ୍ୟବହାର ଉପରେ ବାରଣ କରାଯାଇଛି । ଏବଂ ଫଟୋ ସୋସିଆଲ ମିଡିଆରେ ନଛାଡିବାକୁ ଅତିଥିଙ୍କୁ ଅନୁରୋଧ କରାଯାଇଛି ଗତକାଲିଠୁ ଆସନ୍ତାକାଲି ଯାଏ ପୁରା ଭେନ୍ୟୁ ବୁକ ହୋଇ ସାରିଛି ।

Leave A Reply

Your email address will not be published.