ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

0

ତାମିଲନାଡୁ କୁନ୍ନୁରରେ ଏକ ବଡ଼ ଅଘଟଣ ଘଟିଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କୁ ଉଦ୍ଧାର କରି ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଡିଏସ ବିପିନ ରାୱତ ଗୁରୁତର ଥିବା ଜଣାପଡିଛି ।

ସେନାର ଏମଆଇ-୧୭ ଭି-୫ ହେଲିକପ୍ଟର କ୍ରାସ ହେବା ପରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥଲା । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି ସେମାନଙ୍କ ଶରୀରର ୮୦ ପ୍ରତିଶତ ଜଳିଯାଇଥିବା ସୂଚନା ରହିଛି । ହେଲିକପ୍ଟରରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିବା କୁହାଯାଉଛି ।

ସିଡିଏସ ବିପିନ ରାୱତ ଉଟି ୱେଲିଙ୍ଗଟନ ଯାଇଥିଲେ । ସେଠାରେ ଆର୍ମି ଫୋର୍ସର ଏକ କଲେଜ ରହିଛି । କଲେଜରେ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଅଭିଭାଷଣ ରଖିବାକୁ ଯାଇଥିଲେ ବିପିନ ରାୱତ । ତାଙ୍କ ସହ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ରୢଙ୍କର ଅଧିକାରୀ ଥିଲେ । ଜଣେ ବିଗ୍ରେଡିୟର,ଲେଫ୍ଟନା କର୍ଣ୍ଣେଲ ହରଜିନ୍ଦର ସିଂ, ଗୁରସେୱାକ ସିଂ,ଜୀତେନ୍ଦ୍ର ସିଂ,ଲାନ୍ସ ନାୟକ ବିବେକ କୁମାର, ଲାନ୍ସ ନାୟକ ବି.ସାଇ ତେଜା ଓ ସତପାଲ ଯାତ୍ରା କରୁଥିଲେ । ସିଡିଏସ ବିପିନ ରାୱତ ସୁଲୁରରୁ କୁନ୍ନୁର ଆସୁଥିଲେ । ତାଙ୍କୁ ଏଠାରୁ ଦିଲ୍ଲୀ ପାଇଁ ଉଡାଣ ଭରିବାର ଥିଲା । ତେବେ ଦୁର୍ଘଟଣାର କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖରାପ ପାଗ ଯୋଗୁ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବାୟୁସେନା ପକ୍ଷରୁ ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.