ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

0

ତାମିଲନାଡୁ କୁନ୍ନୁରରେ ଏକ ବଡ଼ ଅଘଟଣ ଘଟିଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କୁ ଉଦ୍ଧାର କରି ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଡିଏସ ବିପିନ ରାୱତ ଗୁରୁତର ଥିବା ଜଣାପଡିଛି ।

ସେନାର ଏମଆଇ-୧୭ ଭି-୫ ହେଲିକପ୍ଟର କ୍ରାସ ହେବା ପରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥଲା । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଯେଉଁମାନଙ୍କୁ ଉଦ୍ଧାର କରାଯାଇଛି ସେମାନଙ୍କ ଶରୀରର ୮୦ ପ୍ରତିଶତ ଜଳିଯାଇଥିବା ସୂଚନା ରହିଛି । ହେଲିକପ୍ଟରରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିବା କୁହାଯାଉଛି ।

ସିଡିଏସ ବିପିନ ରାୱତ ଉଟି ୱେଲିଙ୍ଗଟନ ଯାଇଥିଲେ । ସେଠାରେ ଆର୍ମି ଫୋର୍ସର ଏକ କଲେଜ ରହିଛି । କଲେଜରେ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଅଭିଭାଷଣ ରଖିବାକୁ ଯାଇଥିଲେ ବିପିନ ରାୱତ । ତାଙ୍କ ସହ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ରୢଙ୍କର ଅଧିକାରୀ ଥିଲେ । ଜଣେ ବିଗ୍ରେଡିୟର,ଲେଫ୍ଟନା କର୍ଣ୍ଣେଲ ହରଜିନ୍ଦର ସିଂ, ଗୁରସେୱାକ ସିଂ,ଜୀତେନ୍ଦ୍ର ସିଂ,ଲାନ୍ସ ନାୟକ ବିବେକ କୁମାର, ଲାନ୍ସ ନାୟକ ବି.ସାଇ ତେଜା ଓ ସତପାଲ ଯାତ୍ରା କରୁଥିଲେ । ସିଡିଏସ ବିପିନ ରାୱତ ସୁଲୁରରୁ କୁନ୍ନୁର ଆସୁଥିଲେ । ତାଙ୍କୁ ଏଠାରୁ ଦିଲ୍ଲୀ ପାଇଁ ଉଡାଣ ଭରିବାର ଥିଲା । ତେବେ ଦୁର୍ଘଟଣାର କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖରାପ ପାଗ ଯୋଗୁ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବାୟୁସେନା ପକ୍ଷରୁ ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.