ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କାହିଁକି ପୁଣି କୋର୍ଟକୁ ଗଲେ ଆର୍ଯ୍ୟନ୍

0

ମୁମ୍ବାଇ: ଚଳଚ୍ଚିତ୍ର ତାରକା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ଭିନ୍ନ କାରଣ ପାଇଁ। ତାଙ୍କୁ କେହି ଅଡ଼ୁଆରେ ପକାଇନି। ବରଂ ସେ ନିଜେ ଡ୍ରଗ୍ସ-କ୍ରୁଜ ମାମଲାରେ ଜାମିନର ସର୍ତ୍ତ କୋହଳ ପାଇଁ କୋର୍ଟକୁ ଯାଇଛନ୍ତି। ଡ୍ରଗ୍ସ ବିରୋଧୀ ଏଜେନ୍ସି (ଏନ୍‌ସିବି) କାର୍ଯ୍ୟାଳୟରେ ସାପ୍ତାହିକ ହାଜର ହେବା ସର୍ତ୍ତରେ ପରିବର୍ତ୍ତନ ପାଇଁ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।

କୋର୍ଟ ସେବେ ଆର୍ଯ୍ୟନ୍‌ଙ୍କୁ ଜାମିନ ଦେବା ବେଳେ କହିଥିଲେ ଯେ ସେ ପ୍ରତି ଶୁକ୍ରବାର ଏନ୍‌ସିବିର ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବେ। ଏହାକୁ ବିରୋଧ କରି ଆର୍ଯ୍ୟନ୍ କୋର୍ଟ ଯାଇଛନ୍ତି। ତାଙ୍କ ଆବେଦନରେ ଯୁକ୍ତି ରଖିଛନ୍ତି ଯେ ଯେହେତୁ ଦିଲ୍ଲୀ ଏନ୍‌ସିବିର ଏସଆଇଟି ଏହି ମାମଲାର ତଦନ୍ତ କରୁଛନ୍ତି, ଏଣୁ ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ହାଜର ହେବା ନିୟମ ପରିବର୍ତ୍ତନ କରାଯାଉ। ଏମିତିରେ ବି ତାଙ୍କ ହାଜରକୁ ନେଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଉଛି ଓ ସାମ୍ବାଦିକମାନେ ଭିଡ଼ କରୁଛନ୍ତି। ତେବେ ଏହା ଉପରେ କେବେ ଶୁଣାଣି ହେବ ତାହା ଜଣାପଡିନାହିଁ।

ଅକ୍ଟୋବର ୩ ତରିଖରେ ଏକ କ୍ରୁଜ ଜାହାଜରେ ଏନସିବି ଚଢଉ କରି ଆର୍ଯ୍ୟନ୍‌ଙ୍କୁ ଗିରଫ କରିଥିଲା। ଡ୍ରଗ୍ସ ମାମଲାରେ ଏନସିବି ତାଙ୍କୁ ମାମଲା ଭିତରେ ଛନ୍ଦି ଦେଇଥିଲା। ପାଖାପାଖି ୩ସପ୍ତାହରୁ ଅଧିକ ସମୟ ରହିବା ପରେ ତାଙ୍କୁ ୧୪ ସର୍ତ୍ତ ସହିତ ଜାମିନ ମିଳିଥିଲା।

Leave A Reply

Your email address will not be published.