ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ଚିକିତ୍ସା କ୍ଷେତ୍ରରେ ସାମ୍ନାକୁ ଆସିଲା ଏମିତି ଚିତ୍ର ଯାହା ମୁଣ୍ଡ ଘୁରାଇଦେବ

0

ନୂଆଦିଲ୍ଲୀ: ସ୍ଥିତି ଏତେ ଗମ୍ଭୀର ଯେ ଦେଶରେ ଯେତିକି ଶଯ୍ୟା ରହିଛି ତାର ମାତ୍ର ୩ରୁ ୫ ପ୍ରତିଶତ ଯାଏ ଶଯ୍ୟା ଜରୁରୀକାଳୀନ ବିଭାଗରେ ଉପଲବ୍ଧ। ଏମ୍‌ସର ଜରୁରୀକାଳୀନ ଚିକିତ୍ସା ବିଭାଗ ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୩୪ଟି ଜିଲ୍ଲା ଅନ୍ତର୍ଗତ ଉଭୟ ସରକାରୀ ଓ ବେସରକାରୀ ୧୦୦ଟି ଡାକ୍ତରଖାନା ସ୍ଥିତି ଅନୁଧ୍ୟାନ କରି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେଥିରେ ଏଭଳି ସାଂଘାତିକ ତଥ୍ୟ ଆସୁଛି। ଏହି ରିପୋର୍ଟ ନିତି ଆୟୋଗକୁ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ରିପୋର୍ଟ କହୁଛି ଯେ ଅଧିକାଂଶ ଡାକ୍ତରଖାନା ଏଭଳି ରହିଛି, ଯେଉଁଠାରେ ସାଧାରଣ ଡାକ୍ତର ନାହାନ୍ତି, ବିଶେଷଜ୍ଞ ଏବଂ ନର୍ସିଂ ବି। କେବଳ ସେତିକି ନୁହେଁ, ଜରୁରୀକାଳୀନ ବିଭାଗରେ ଭିତ୍ତିଭୂମି ଏମିତି ଯେ ସେଠାରେ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ସର୍ବନିମ୍ନ ମାନକ ପୂରଣ କରିପାରୁନାହିଁ। ଏମିତିକି ୫୫ ପ୍ରତିଶତ ହସ୍ପିଟାଲରେ ଆମ୍ବୁଲାନ୍ସ ପ୍ରବେଶ ପାଇଁ ପୃଥକ ପ୍ରବେଶ ପଥ ନାହିଁ ଏବଂ ୫୬ ପ୍ରତିଶତ କ୍ଷେତ୍ରରେ ପୁଲିସ କଣ୍ଟ୍ରୋଲ ରୁମ୍ ମଧ୍ୟ ନାହିଁ।

ରିପୋର୍ଟରେ କୁହାଯାଇଛି ଯେ ବାର୍ଷିକ ଯେତେ ରୋଗୀ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ମଧ୍ୟରୁ ୯ରୁ ୧୩ ପ୍ରତିଶତ ଗୁରୁତର ବା ଜରୁରୀକାଳୀନ ପରିସ୍ଥିତିରେ ଆସୁଛନ୍ତି। ଏମାନଙ୍କ ମଧ୍ୟରୁ ୧୯ରୁ ୨୪ ପ୍ରତିଶତ ସରକାରୀ ଡାକ୍ତରଖାନାକୁ ଯାଆନ୍ତି ଓ ୩୧ରୁ ୩୯ ପ୍ରତିଶତ ବେସରକାରୀ ଡାକ୍ତରଖାନ ଉପରେ ଭରସା ରଖନ୍ତି। ଜରୁରୀକାଳୀନ କ୍ଷେତ୍ରରେ ସାମାନ୍ୟ ଉଦାସୀନତା ଓ ବିଳମ୍ବ ମଧ୍ୟ ମହଙ୍ଗା ପଡ଼ିପାରେ, ତାହା ଜାଣିବା ପରେ ବି ଏଭଳି ଚିତ୍ର ଯେ କୌଣସି ବ୍ୟକ୍ତିକୁ ବ୍ୟଥିତ କରିବ।

ତେବେ ଜରୁରୀକାଳୀନ ବିଭାଗ ପାଇଁ ଯେତିକି ଉପକରଣ ସୁପାରିସ କରାଯାଇଛି, ତା ମଧ୍ୟରୁ ଘରୋଇ ହସ୍ପିଟାଲ ଅନେକ ରଖିଛନ୍ତି। ସେମାନଙ୍କ ସଂଖ୍ୟା ୮୬ରୁ ୯୩ ପ୍ରତିଶତ। ସରକାରୀ ମେଡି଼କାଲ କ୍ଷେତ୍ରରେ ଏହା ୬୮ ପ୍ରତିଶତ। ଛୋଟ ସରକାରୀ ଡାକ୍ତରଖାନା ଗୁଡିକ କ୍ଷେତ୍ରରେ ଏହାର କିନ୍ତୁ ଅଭାବ ଜଳ ଜଳ, ୪୫ରୁ ୬୦ ପ୍ରତିଶତ ବି ନୁହେଁ।

ରିପୋର୍ଟ କହୁଛି ଯେ ଜରୁରୀକାଳୀନ ବିଭାଗରେ ସମସ୍ତ ସୁପାରିସ କରାଯାଇଥିବା ଜରୁରୀକାଳୀନ ଔଷଧର ସମ୍ପୂର୍ଣ୍ଣ ତାଲିକା ରହିବ ଆବଶ୍ୟକ। ହେଲେ ମୂଲ୍ୟାଙ୍କନରୁ ଜଣାପଡିଛି ଯେ ମାତ୍ର ୯ ପ୍ରତିଶତ ଏହି ମାନଦଣ୍ଡ ପୂରଣ କରିଛନ୍ତି। ସେହିଭଳି ୫୫ ପ୍ରତିଶତ ସରକାରୀ ମେଡିକାଲ କଲେଜରେ ସାଧାରଣ ଏଚଡିୟୁ, କାର୍ଡିଆକ୍ ଆଇସିୟୁ ଏବଂ ନ୍ୟୁରୋ ଆଇସିୟୁ ଅଭାବ ରହିଛି। ଏଥିସହ କରୋନାରୀ ଆର୍ଟେରୀ ବାଇ-ପାସ୍ ଗ୍ରାଫ୍ଟ, କାର୍ଡିଆକ୍ କ୍ୟାଥ୍ ଲ୍ୟାବ୍ସ ଆଦିରେ ମଧ୍ୟ ଅଭାବ ରହିଛି। କୌତୂହଳ କଥା ହେଲା, ୯୧ ପ୍ରତିଶତ ହସ୍ପିଟାଲରେ ଆମ୍ବୁଲାନ୍ସ ରହିଛି, ହେଲେ ମାତ୍ର ୩୪ ପ୍ରତିଶତ କ୍ଷେତ୍ରରେ ଏସବୁ ପାଇଁ ତାଲିମପ୍ରାପ୍ତ ପାରାମେଡିକ୍ସ ଅଛନ୍ତି।

Leave A Reply

Your email address will not be published.