ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପୁଣି ରାଜ୍ୟରେ ବଢ଼ିଲା କରୋନା..୪ ଜିଲ୍ଲାରେ ସ୍ଥିତି ଖରାପ

0

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା । ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ । ଜାନୁଆରୀ ୧ରେ ରାଜ୍ୟରେ ୨୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ତାରିଖରେ ୨୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାରୁ ହିଁ ଅନୁମାନ କରାଯାଇପାରେ କେଉଁ ଭାଳି ବ୍ୟାପୁଛି ସଂକ୍ରମଣ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୩ ହଜାର ମୁହାଁ ହୋଇଥିବା ବେଳେ ୪ ଜିଲ୍ଲାରେ ହଠାତ୍ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଛି । ୨୪ ଘଣ୍ଟା ରେ ୨୭୦୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୦ରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି ୪୦୯ ଜଣ । ସଙ୍ଗରୋଧରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅ ଳରୁ ୧୧ ଶହ ୨୪ ମାମଲା ସାମନାକୁ ଆସିଛି ।

ପୁଣି ପୂର୍ବ ପରି କରୋନା ହଟସ୍ପଟ ପାଲଟିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ହଜାରେ ଛୁଇଁବ ସଂକ୍ରମଣ ଦିନକରେ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ପଛକୁ ସୁନ୍ଦରଗଡ ୪୫୪, ସମ୍ବଲପୁରରୁ ୧୭୯, କଟକରୁ ୧୯୧, ଝାରସୁଗୁଡାରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର,କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଏହି ୪ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ରେ ପହଞ୍ଚିଛି।

ସେପଟେ ଆଜିଠୁ ରାଜ୍ୟରେ ନୂଆ କରୋନା ଗାଇଡଲାଇନ ଲାଗୁହେବ । ସବୁ ସହରାଞ୍ଚଳରେ ରାତି ୯ର ନାଇଟ କର୍ଫ୍ୟୁ କଡାକଡି କରାଯିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ବେସରକାରୀ ଅଫିସ ଚଲିବ । ରାତି ୯ ଯାଏ ସବୁ ଦୋକାନ ବଜାର ଖୋଲିବ । ରାସ୍ତାକଡ଼ ଦୋକାନରେ ଏକା ସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ। ମଲ ଓ ଦୋକାନରେ ଯେପରି ଭିଡ ନହୁଏ ସେଥପାଇଁ ଦୋକାନ ଓ ମାଲିକ ସତର୍କ ରହିବେ ।

Leave A Reply

Your email address will not be published.