ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ପୁଣି ରାଜ୍ୟରେ ବଢ଼ିଲା କରୋନା..୪ ଜିଲ୍ଲାରେ ସ୍ଥିତି ଖରାପ

0

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା । ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି ସଂକ୍ରମଣ । ଜାନୁଆରୀ ୧ରେ ରାଜ୍ୟରେ ୨୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ତାରିଖରେ ୨୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାରୁ ହିଁ ଅନୁମାନ କରାଯାଇପାରେ କେଉଁ ଭାଳି ବ୍ୟାପୁଛି ସଂକ୍ରମଣ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୩ ହଜାର ମୁହାଁ ହୋଇଥିବା ବେଳେ ୪ ଜିଲ୍ଲାରେ ହଠାତ୍ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଛି । ୨୪ ଘଣ୍ଟା ରେ ୨୭୦୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୦ରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି ୪୦୯ ଜଣ । ସଙ୍ଗରୋଧରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅ ଳରୁ ୧୧ ଶହ ୨୪ ମାମଲା ସାମନାକୁ ଆସିଛି ।

ପୁଣି ପୂର୍ବ ପରି କରୋନା ହଟସ୍ପଟ ପାଲଟିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ହଜାରେ ଛୁଇଁବ ସଂକ୍ରମଣ ଦିନକରେ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ପଛକୁ ସୁନ୍ଦରଗଡ ୪୫୪, ସମ୍ବଲପୁରରୁ ୧୭୯, କଟକରୁ ୧୯୧, ଝାରସୁଗୁଡାରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର,କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ଏହି ୪ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ରେ ପହଞ୍ଚିଛି।

ସେପଟେ ଆଜିଠୁ ରାଜ୍ୟରେ ନୂଆ କରୋନା ଗାଇଡଲାଇନ ଲାଗୁହେବ । ସବୁ ସହରାଞ୍ଚଳରେ ରାତି ୯ର ନାଇଟ କର୍ଫ୍ୟୁ କଡାକଡି କରାଯିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ବେସରକାରୀ ଅଫିସ ଚଲିବ । ରାତି ୯ ଯାଏ ସବୁ ଦୋକାନ ବଜାର ଖୋଲିବ । ରାସ୍ତାକଡ଼ ଦୋକାନରେ ଏକା ସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ। ମଲ ଓ ଦୋକାନରେ ଯେପରି ଭିଡ ନହୁଏ ସେଥପାଇଁ ଦୋକାନ ଓ ମାଲିକ ସତର୍କ ରହିବେ ।

Leave A Reply

Your email address will not be published.