ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି

0

ଆସାମ: ଇରାନରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଲପିଜି ସଙ୍କଟ ନେଇ ଚିନ୍ତା ବଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆସାମରେ ଏକ ଚମତ୍କାର ନିର୍ବାଚନୀ ଘୋଷଣା ହୋଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଏନଡିଏ ପୁଣିଥରେ କ୍ଷମତାକୁ ଫେରିଲେ ରାଜ୍ୟର ପ୍ରତ୍ୟେକ ପରିବାରକୁ ବର୍ଷକୁ ୨ଟି ଏଲପିଜି ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବ। ଶନିବାର ଏକ ନିର୍ବାଚନୀ ରାଲିରେ ସେ କହିଥିଲେ, ଗୋଟିଏ ସିଲିଣ୍ଡର ବିହୁ ପୂର୍ବରୁ । ଅନ୍ୟଟି ଦୁର୍ଗା ପୂଜା ପୂର୍ବରୁ ଦିଆଯିବ।

ଏଥିପାଇଁ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ, ‘ମାମା’ (ଆସାମର ଲୋକେ ହିମନ୍ତଙ୍କୁ ମାମା ବୋଲି ସମ୍ବୋଧନ କରନ୍ତି) ଦେବେ। ଏହା କ’ଣ ଭଲ ହେବ ନାହିଁ ବୋଲି କହି ଆସାମ ବାସୀଙ୍କୁ ପ୍ରଶ୍ନ କରିଛନ୍ତି ହିମନ୍ତ। ଏହି ଘୋଷଣା ପରେ ଆସାମର ରାଜନୈତିକ ପରିବେଶରେ ଚର୍ଚ୍ଚା ବଢ଼ିଛି ଏବଂ ଆସନ୍ତା ନିର୍ବାଚନରେ ଏହାର ପ୍ରଭାବ ପଡ଼ିପାରେ ବୋଲି ମନେ କରାଯାଉଛି।

Leave A Reply

Your email address will not be published.