ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଜଙ୍ଗଲ ଜମିକୁ ମିଳିଲା ଅନୁମତି

0

ପୁରୀ: ଓଡ଼ିଶାର ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି। କେନ୍ଦ୍ର ସରକାର ପକ୍ଷରୁ ଏହି ପ୍ରକଳ୍ପକୁ ଷ୍ଟେଜ୍-୧ ଅନୁମୋଦନ ମିଳିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ଦିଆଯାଇଛି, ଯାହା ପ୍ରକଳ୍ପକୁ ଭୂମିସ୍ତରରେ କାର୍ଯ୍ୟରତ କରିବାରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।

ସୂଚନା ଅନୁଯାୟୀ, ପୁରୀ ଜଙ୍ଗଲ ବିଭାଗ ଅଧୀନରୁ ପ୍ରାୟ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଏହି ବିମାନବନ୍ଦର ପାଇଁ ଯୋଗାଇ ଦିଆଯିବାକୁ ଅନୁମୋଦନ ମିଳିଛି। ଏହି ଅନୁମୋଦନ ମାଧ୍ୟମରେ ଦୀର୍ଘଦିନ ଧରି ପ୍ରତୀକ୍ଷାରତ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାର ଆଶା ବଢ଼ିଛି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ପର୍ଯ୍ୟଟନ, ଆର୍ଥିକ କାର୍ଯ୍ୟକଳାପ ଓ ରୋଜଗାର ସୃଷ୍ଟିରେ ବଡ଼ ଭୂମିକା ନେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.