ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ନିଟ୍‌-ପିଜି ନାମଲେଖାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

0

ନିଟ୍‌- ପିଜି କାଉନସେଲିଂକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ନିଟ୍‌- ପିଜି ଓ ୟୁଜି ନାମଲେଖା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଟ୍‌-ପିଜି କାଉନସେଲିଂକୁ ଗ୍ରୀନ୍ ସିଗନାଲ ଦିଆଯାଇଛି । ଓବିସି ଛାତ୍ରଛାତ୍ରୀଙ୍କ ୨୭ ପ୍ରତିଶତ ସଂରକ୍ଷଣକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି । ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣ ଲାଗୁ ହେବ । ୨୦୨୧- ୨୦୨୨ ବର୍ଷ ପାଇଁ ସଂରକ୍ଷଣ ଲାଗୁ ହେବ । ସର୍ବଭାରତୀୟ କୋଟାରୁ ଓବିସି ଇଡବ୍ଲୁଏସସଂରକ୍ଷଣ ପାଇବେ ।

ସେହିପରି ଭବିଷ୍ୟତରେ ସଂରକ୍ଷଣ ଜାରି ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । ଏନେଇ ଆସନ୍ତା ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରାଯିବ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଏଏସ୍ ବୋପାନ୍ନାଙ୍କ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି,ଏହି ବର୍ଷଠାରୁ ଲାଗୁ ହୋଇଥିବା ସଂରକ୍ଷଣ ନୀତି ଅସାମ୍ବାଧାନିକ ବୋଲି ଆମ ସମ୍ମୁଖରେ ଯୁକ୍ତି ରଖାଯାଇଥିଲା । ଇଡବ୍ଲୁଏସ ସୀମାକୁ ୮ ଲକ୍ଷ ଟଙ୍କା ରଖିବା ନେଇ ଜବାବ ମଗାଯାଇଥିଲା । ଅକ୍ଟୋବରରେ ଏହି ପ୍ରଶ୍ନ ପଚରାଯାଇଥିଲା । ଅକ୍ଟୋବର ୨୫ରେ ଏହା ଉପରେ ରୋକ ଲାଗିଥିଲା । ୨୮ ଅକ୍ଟୋବରରେ ଦୀପାବଳି ପରେ ଶୁଣାଣି ହେବା ଉଚିତ ବୋଲି କହିଥିଲେ । ନଭେମ୍ବର ୨୫ରେ ନୀତିର ସମୀକ୍ଷା କରିବାକୁ ଆଉ ଏକ ମାସ ସମୟ ମାଗିଥିଲା ।

ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି ଯେ, ଏବେ କୁହାଯାଇଛି ଚଳିତ ବର୍ଷ ସମାନ ବ୍ୟବସ୍ଥା ରଖିବାକୁ କମିଟି ସୁପାରିସ କରିଛି । ସବୁ ପକ୍ଷରୁ ଶୁଣାଯାଇଛି । ଏହି ପ୍ରସଙ୍ଗରେ ଏକ ବିସ୍ତୁତ ମଧ୍ୟବତ୍ତୀର୍କାଳୀନ ଆଦେଶ ଆବଶ୍ୟକ । ଇଡବ୍ଲୁଏସର ମାପ ନିର୍ଣ୍ଣୟ କରିବାକୁ କିଛି ସମୟ ଲାଗିବ । ଓବିସି ସଂରକ୍ଷଣ ପାଇଁ ଅନମୋଦନ ଦିଆଯାଇଛି । ତୁରନ୍ତ କାଉନସେଲିଂ ଆରମ୍ଭ କରିବାର ଆବଶ୍ୟକତା ଅଛି, ତେଣୁ ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ମାର୍ଚ୍ଚର ତୃତୀୟ ସପ୍ତାହରେ ପାଣ୍ଡେ କମିଟିର ସୁପାରିସ (୮ ଲକ୍ଷ)ର ବୈଧତା ଉପରେ ଶୁଣାଣି ହେବ ।

Leave A Reply

Your email address will not be published.