ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ;ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

0

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ଦଶ ହଜାର ମୁହାଁ।ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜାନୁଆରି ୫ ତାରିଖରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ହଜାରେ ୨୧୬ ଆକ୍ରାନ୍ତ। କିନ୍ତୁ ଆଜି ୮ ହଜାର ଉପରେ ମାମଲା ଚିହ୍ନଟ ହୋଇଛି। ଏଥିରୁ ଅନୁମାନ କରିହେବ ରାଜ୍ୟରେ କେତେ ଦ୍ରୁତ ବେଗରେ ବଢୁଛି ସଂକ୍ରମଣ।

ରାଜ୍ୟରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ୭୪ ହଜାର ୬୧୧ ନମୁନାରୁ ଦିନକରେ ୮ ହଜାର ୭୭୮ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୫ ହଜାର ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୩ ହଜାର ୬୮୨ ଜଣ। ସବୁଠୁ ବଡ଼ କଥା ହେଉଛି ୦ରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି ୭୯୨ ଜଣ।

ତେବେ ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସମ୍ବଲପୁରର ଚିତ୍ର। ଖୋର୍ଦ୍ଧାରୁ କେବଳ ୨୪ ଘଣ୍ଟାରେ ୨ ହଜାର୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକଣା ସତ୍ୱେ ବି ନୂଆ ମାମଲା ବଢୁଛି। ତା’ ପଛକୁ ରହିଛି ସୁନ୍ଦରଗଡ଼। ସୁନ୍ଦରଗଡରେ ବି ୧୨ ଶହ ୫୨ ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି। କଟକରୁ ମଧ୍ୟ ୭୬୬,ସମ୍ବଲପୁରରୁ ୫୯୬, ମୟୂରଭଞ୍ଜରୁ ୩୩୮, ପୁରୀରୁ ୨୧୬ ମାମଲା ଆସିଛି। ଅନୁଗୁଳରୁ ୧୦୭ ଜଣ, ବାଲେଶ୍ୱରରୁ ୨୩୧, ବରଗଡରୁ ୧୩୬,ଭଦ୍ରକରୁ ୧୦୩,ବଲାଙ୍ଗୀରରୁ ୨୧୬,ଗଞ୍ଜାମରୁ ୧୦୬,ଜଗତସିଂହପୁରରୁ ୧୧୪, ଯାଜପୁରରୁ ୧୯୧,ଝାରସୁଗୁଡାରୁ ୨୦୩, ନବରଙ୍ଗପୁରରୁ ୧୧୨ ଜଣ ଚିହ୍ନଟ ହୋଇଛନ୍ତି।

ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ଶହେ ଟପି ସାରିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି। ୩୫ ହଜାର ୨୪୨ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି। ଏଯାଏଁ ସୁସ୍ଥ ହେଲେଣି ୧୦ ଲକ୍ଷ ୪୭ ହଜାର ୭୮୩ ଜଣ।

Leave A Reply

Your email address will not be published.