ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିଦାୟ ମିହିର ଦାସ

0

କଟକ: ପଞ୍ଚଭୂତରେ ଲୀନ ହେଲେ ଓଡିଆ ଚଳଚ୍ଚିତ୍ର ଜଗତର ବାଦଶାହା ମିହିର ଦାସ। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ବଡ଼ ପୁଅ ଅମ୍ଲାନ ଦାସ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ମିହିର ଭାଇ ଅମର ରହେ ନାରାରେ ପୂରା କଟକ ପ୍ରକମ୍ପିତ ହେଉଥିଲା। ଶହ ଶହ ଲୋକଙ୍କ ଆଖିରୁ ଲୁହ ଝରୁଥିଲା। ମହାନାୟକ ମିହିରଙ୍କ ଅନ୍ତିମ ବିଦାୟ ଦେବା ପାଇଁ କଳାକାରଙ୍କଠୁ ଆରମ୍ଭ କରି ହଜାର ହଜାର ଲୋକ କେଉଁଠୁ ଛୁଟିଆସିଥିଲେ।

କଟକ ସିଡିଏ ୮ ସ୍ଥିତ ବାସଭବନରୁ ଶୋଭାଯାତ୍ରା ବାହାରିବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଥିଲା ସ୍ଥାନୀୟ ଅଞ୍ଚଳ। ସିଡିଏର ସମସ୍ତ ଅଞ୍ଚଳ ପରିକ୍ରମା କରି କ୍ୟାଣ୍ଟେନମେଣ୍ଟ ରୋଡ ସ୍ଥିତ ରାମଗଡ଼ ଜନ୍ମସ୍ଥାନକୁ ନିଆଯାଇଥିଲା ମିହିର ଦାସଙ୍କ ପାର୍ଥିବ ଶରୀର। ଏହା ପରେ ସତୀଚଉରାରେ ତାଙ୍କର ଅନ୍ତେଷ୍ଟି କ୍ରିୟା ହୋଇଛି। ଝିପି ଝିପି ବର୍ଷା ସତ୍ୱେ ଅନେକ ଲୋକ ମିହିର ଦାସଙ୍କ ଶେଷ ଦର୍ଶନ ପାଇଁ ରାସ୍ତା କଡ଼ରେ ଭିଡ ଜମାଇଥିଲେ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷିୟାନ କଳାକାର ମିହିର ଦାସଙ୍କ ପରଲୋକ ପରେ ତାଙ୍କୁ ମରଣୋତ୍ତର ସମ୍ମାନ ଦେବାକୁ ଦାବି କରିଛନ୍ତି ଅଭିନେତା ଶ୍ରୀତମ ଦାସ।ତା ସହିତ କଟକର ସହରର ଏକ ରାସ୍ତାକୁ ତାଙ୍କ ନାଁରେ ନାମିତ କରିବାକୁ ଦାବି କରିଛନ୍ତି। ଶ୍ରୀତମ କହିଛନ୍ତି, ମିହିର ଏମିତି ଜଣେ କଳାକାର ଥିଲେ, ଯାହାକୁସମସ୍ତେ ମନେ ରଖିବେ। ସେ ଜଣେ ଭଲ ମଣିଷ ବି ଥିଲେ । ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି , ଆଜି ମିହିରଙ୍କୁ ଦେଖିବାକୁ ଯେତିକି ଲୋକ ଏକାଠି ହୋଇଛନ୍ତି ତାହା ହିଁ ତାଙ୍କ ପାଇଁ ବଡ଼ ସମ୍ମାନ। ଜଣେ କଳାକାର କେବେ ତାକୁ ଅଲଗା କିଛି ସମ୍ମାନ ଦିଆଯାଉ ବୋଲି କହେନି। ସବୁବେଳେ ସେ ସମସ୍ତଙ୍କ ଭଲ ପାଇବା ଖୋଜିଥାଏ।

ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ପରଲୋକ ହୋଇଥିଲା। ଦୀର୍ଘଦିନ ଧରି କୀଡନି ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ମିହିର। ଏକାଧିକ ଅଙ୍ଗ ତାଙ୍କର ଅକାମୀ ହୋଇଯାଇଥିଲା। ମାସେରୁ ଅଧିକ ସମୟ ଆଇସିୟୁରେ ରହିବା ପରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

କେବେ ନାୟକ ତ କେବେ ଖଳନାୟକ, କେବେ ହାସ୍ୟ ଅଭିନେତା ପୁଣି କେବେ ଚରିତ୍ର ଅଭିନେତା ଭାବେ ସେ ଅନେକଙ୍କ ପାଇଁ ସାଜିଥାନ୍ତି ଉଦାହରଣ ସବୁଥିରେ ଫିଟ ଆଉ ହିଟ। ସବୁଥିରେ ସେ ଥିଲେ ମାହିର। ସୂର୍ଯ୍ୟର ଅନ୍ୟ ନାମ ମିହିର। ଆଜି ଚଳଚ୍ଚିତ୍ର ଜଗତକୁ ଅନ୍ଧକାର ଭିତରେ ଛାଡିକି ଚାଲିଯାଇଛନ୍ତି।ହେଲେ ତାଙ୍କ ଅଭିନୟର ଛାପ ସଦାସର୍ବଦା ଆମକୁ ଆଲୋକିତ କରୁଥିବ। ବିଦାୟ ମିହିର ଦାସ।

Leave A Reply

Your email address will not be published.