ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଦେଶରେ ୨ ଲକ୍ଷ ମୁହାଁ ସଂକ୍ରମଣ, ଦିନକୁ ଦିନ ବିଗୁଡିଛି ସ୍ଥିତି

0

୨୪ ଘଣ୍ଟାରେ ୧୫.୮ ପ୍ରତିଶତ ବଢ଼ିଲା ସଂକ୍ରମଣ

୪୪୨ ଜଣଙ୍କର ମୁଣ୍ଡ ନେଇଗଲା କରୋନା

ଦିଲ୍ଲୀ ଏବଂ କେରଳ ସ୍ଥିତି ଚିନ୍ତାଜନକ ହେଲାଣି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଲକ୍ଷେ ୯୪ ହଜାର ୭୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ୧୫.୮ ପ୍ରତିଶତ ବଢିଲା ସଂକ୍ରମଣ। ମଙ୍ଗଳବାର ତୁଳନାରେ ବୁଧବାର ୨୬ ହଜାର ୬୫୭ ଅଧିକ ମାମଲା ଚିହ୍ନଟ ହୋଇଛି।

ସେହିପରି ଦିନକରେ ୪୪୨ ଜଣଙ୍କ ମୃତ୍ୟୁ ହୋଇଛି।ମୋଟ ମୃତ୍ୟୁ ସଂଖ୍ୟା ଦେଶରେ ୪ ଲକ୍ଷ ୮୪ ହଜାର ୬୫୫ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ ୯ ଲକ୍ଷ ୫୫ ହଜାର ଟପିଛି। ଏଯାଏଁ ସୁସ୍ଥ ହେଲେଣି ୩ କୋଟି ୪୬ ଲକ୍ଷ ୩୦ ହଜାର ୫୩୬ ଆକ୍ରାନ୍ତ। ସେହିପରି ଟିକାକରଣ ଜୋରଦାର ଦେଶରେ ଚାଲିଥିବା ବେଳେ ଏଯାଏ ଟିକା ନେଲେଣି ୧୫୩ କୋଟି ୮୦ ଲକ୍ଷରୁ ଅଧିକ।

ସେପଟେ ଦେଶରେ ଲଗାତର ଅଧିକ ଚିହ୍ନଟ ହେଉଥିବା ମୁମ୍ବାଇରେ ଦୈିନିକ ସଂକ୍ରମଣ କମୁଛି। ମୁମ୍ବାଇରେ ୩୪ ହଜାର ୪୨୪ ମାମଲା ଚିହ୍ନଟ ହୋଇଛି। ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ ଓ କେରଳରେ ସ୍ଥିତି ଚିନ୍ତାଜନକ ରହିଛି। ସଂକ୍ରମଣକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ସମସ୍ତ ଘରୋଇ ଅଫିସ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ଅଫିସର କର୍ମଚାରୀ ଘରେ ରହି କାମ କରିବାକୁ କୁହାଯାଇଛି। କର୍ଣ୍ଣାଟକରେ ସଂକ୍ରମଣ ବଢିବା ପରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ସମସ୍ତ ଧାର୍ମିକ ଓ ରାଜନୈତିକ ସମାବେଶ,ରାଲି ,ଧାରଣା, ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି
ବିବାହରେ ଶହେ ଜଣଙ୍କୁ ସାମିଲ ପାଇଁ ଅନୁମତି ମିଳିଛି।

ଦେଶରେ ମୋଟ ୪ ହଜାର ୮୬୮ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ହଜାରେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ମହାରାଷ୍ଟରେ ୧୨୮୧ ଓ ରାଜସ୍ଥାନରେ ୬୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.