ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦେଶରେ ୨ ଲକ୍ଷ ଟପିଲା ଦୈନିକ ସଂକ୍ରମଣ..

0

ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ । କରୋନାର ଲମ୍ବା ଲମ୍ପ ସହ ୨୪ ଘଣ୍ଟା ରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ହାର ରହିଛି ୧୩.୧୧ ପ୍ରତିଶତ । ଡିସେମ୍ବର ୩୦ରେ ଦେଶରେ ପଜିଟିଭ ହାର ୧.୧ ପ୍ରତିଶତ ଥିବା ବେଳେ ଜାନୁଆରୀ ୧୩ ବେଳକୁ ଏହା ୧୩ ପ୍ରତିଶତରେ ପହଞ୍ଚିଛି। ଆଗକୁ ଦେଶରେ ଆହୁରି ମଧ୍ୟ ସ୍ଥିତି ବିଗିଡିପାରେ । ସଂକ୍ରମଣ ଏତେ ତୀବ୍ର ଗତିରେ ବ୍ୟାପୁଛି ଯେ, ଗତ ୧୬ ଦିନ ମଧ୍ୟରେ କୋଭିଡର ଦୈନିକ ମାମଲା ପ୍ରାୟ ୩୯ ଗୁଣା ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟ ତଥ୍ୟ ଅନୁଯାୟୀ, ଦେଶରେ ଦିନକରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୪୭ ହଜାର ୪୧୭ ସଂକ୍ରମିତ।

ସେହିପରି ୨୪ ଘଣ୍ଟା ରେ ୩୮୦ ଜଣ କରୋନାରେ ଆଖି ବୁଜିଛନ୍ତି । ଦେଶରେ ୮ଟି ରାଜ୍ୟରେ ସଂକ୍ରମଣ ଚିନ୍ତା ବଢାଇଛି ମହାରାଷ୍ଟ୍ର,କେରଳ,ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ କର୍ଣ୍ଣାଟକରେ ସ୍ଥିତି ଅସମ୍ଭାଳ । ସଂକ୍ରମଣ ଏତେ କ୍ଷୀପ୍ର ବେଗରେ ମାଡୁଛି ଯେ ଅନୁମାନ ବାହାରେ । ୧୯ ରାଜ୍ୟରେ ସକ୍ରିୟ ମାମଲା ୧୦ ହଜାର ଉପରେ ରହିଛି । ଏପଟେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଗତ ୨୪ ଘଣ୍ଟା ରେ ୬୨୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୮୮ରେ ପହଞ୍ଚିଛି। ତେବେ ଓମିକ୍ରନ ସଂକ୍ରମଣରୁ ଏହାରି ଭିତରେ ୨୧୬୨ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଓମିକ୍ରନ ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର, ଦିଲ୍ଲୀ ଓ ରାଜସ୍ଥାନ । ମହାରାଷ୍ଟ୍ରରେ ଏଯାଏଁ ୧୩୬୭ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୭୯୨,ଦିଲ୍ଲୀରେ ୫୪୯ ସଂକ୍ରମିତ ରହିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ ପରେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ସଂକ୍ରମଣ ଜାନୁଆରି ଶେଷ କି ଫେବୃଆରି ଆରମ୍ଭରେ ଶୀର୍ଷକୁ ଛୁଇଁପାରେ । ତେବେ ସଂକ୍ରମଣ ବଢୁଥିଲେ ମଧ୍ୟ ଅଧିକ ରୋଗୀ ଗୁରୁତର ହେଉନଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.