ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଏବେ କେମିତି ଅଛନ୍ତି ଲତା ମଙ୍ଗେସକର?

0

ସୁର ସାମ୍ରଜ୍ଞୀ ଲତା ମଙ୍ଗେସରଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଫ୍ୟାନ୍ସଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର। କରୋନା ଓ ନିମୋନିଆରେ ପୀଡିତ ଥିବା ୯୨ ବର୍ଷୀୟା ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି। ଲତାଙ୍କ ଡାକ୍ତର ପ୍ରତୀତ ସମଧାନୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି।

ଡାକ୍ତର ପ୍ରତୀତ ସମଧାନୀ କହିଛନ୍ତି, ଲତା ମଙ୍ଗେସରକରଙ୍କୁ ବର୍ତମାନ ଆଇସିୟୁ ୱାର୍ଡରେ ରଖାଯାଇଛି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ଉନ୍ନତି ଆସିଛି। ପରିବାର ଲୋକଙ୍କଠୁ ଆରମ୍ଭ କରି ଫ୍ୟାନ୍ସ ସମସ୍ତେ ଲତାଙ୍କ ଆରୋଗ୍ୟ କାମନା କରି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଲତା ମଙ୍ଗେସକର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଲତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି।

ଏବେ ଲତାଙ୍କୁ ଆଉ କିଛି ଦିନ ହସ୍ପିଟାଲରେ ରହିବାକୁ ପଡିବ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଆଉ ୧୦ରୁ ୧୨ ଦିନ ଯାଏ ଡାକ୍ତରଙ୍କ ନଜରରେ ତାଙ୍କୁ ହସ୍ପିଟାଲରେ ରଖାଯିବ । ଲତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଥିଲେ ବି ବୟସ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.