ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଦେଶରେ ୨ ଲକ୍ଷ ଟପିଲା ଦୈନିକ ସଂକ୍ରମଣ..

0

ଦେଶରେ କରୋନା ସଂକ୍ରମଣର ବିସ୍ଫୋରଣ । କରୋନାର ଲମ୍ବା ଲମ୍ପ ସହ ୨୪ ଘଣ୍ଟା ରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ହାର ରହିଛି ୧୩.୧୧ ପ୍ରତିଶତ । ଡିସେମ୍ବର ୩୦ରେ ଦେଶରେ ପଜିଟିଭ ହାର ୧.୧ ପ୍ରତିଶତ ଥିବା ବେଳେ ଜାନୁଆରୀ ୧୩ ବେଳକୁ ଏହା ୧୩ ପ୍ରତିଶତରେ ପହଞ୍ଚିଛି। ଆଗକୁ ଦେଶରେ ଆହୁରି ମଧ୍ୟ ସ୍ଥିତି ବିଗିଡିପାରେ । ସଂକ୍ରମଣ ଏତେ ତୀବ୍ର ଗତିରେ ବ୍ୟାପୁଛି ଯେ, ଗତ ୧୬ ଦିନ ମଧ୍ୟରେ କୋଭିଡର ଦୈନିକ ମାମଲା ପ୍ରାୟ ୩୯ ଗୁଣା ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟ ତଥ୍ୟ ଅନୁଯାୟୀ, ଦେଶରେ ଦିନକରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୪୭ ହଜାର ୪୧୭ ସଂକ୍ରମିତ।

ସେହିପରି ୨୪ ଘଣ୍ଟା ରେ ୩୮୦ ଜଣ କରୋନାରେ ଆଖି ବୁଜିଛନ୍ତି । ଦେଶରେ ୮ଟି ରାଜ୍ୟରେ ସଂକ୍ରମଣ ଚିନ୍ତା ବଢାଇଛି ମହାରାଷ୍ଟ୍ର,କେରଳ,ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ କର୍ଣ୍ଣାଟକରେ ସ୍ଥିତି ଅସମ୍ଭାଳ । ସଂକ୍ରମଣ ଏତେ କ୍ଷୀପ୍ର ବେଗରେ ମାଡୁଛି ଯେ ଅନୁମାନ ବାହାରେ । ୧୯ ରାଜ୍ୟରେ ସକ୍ରିୟ ମାମଲା ୧୦ ହଜାର ଉପରେ ରହିଛି । ଏପଟେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଗତ ୨୪ ଘଣ୍ଟା ରେ ୬୨୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୮୮ରେ ପହଞ୍ଚିଛି। ତେବେ ଓମିକ୍ରନ ସଂକ୍ରମଣରୁ ଏହାରି ଭିତରେ ୨୧୬୨ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଓମିକ୍ରନ ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର, ଦିଲ୍ଲୀ ଓ ରାଜସ୍ଥାନ । ମହାରାଷ୍ଟ୍ରରେ ଏଯାଏଁ ୧୩୬୭ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୭୯୨,ଦିଲ୍ଲୀରେ ୫୪୯ ସଂକ୍ରମିତ ରହିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ ପରେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ସଂକ୍ରମଣ ଜାନୁଆରି ଶେଷ କି ଫେବୃଆରି ଆରମ୍ଭରେ ଶୀର୍ଷକୁ ଛୁଇଁପାରେ । ତେବେ ସଂକ୍ରମଣ ବଢୁଥିଲେ ମଧ୍ୟ ଅଧିକ ରୋଗୀ ଗୁରୁତର ହେଉନଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.