ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜ୍ୟରେ ରେକର୍ଡ ଛୁଇଁଲା ସଂକ୍ରମଣ

0

ଭୁବନେଶ୍ବର: ରାଜ୍ୟରେ ରେକର୍ଡ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତକାଲି ତୁଳନାରେ ୧୨୮୧ ମାମଲା ବୃଦ୍ଧି ପାଇଛି। କେବଳ ଜାନୁଆରିମାସର ୧୩ ଦିନରେ ଚିହ୍ନଟ ହେଲେଣି ୪୬ ହଜାର ୭୭୩ ସଂକ୍ରମିତ। ଏହା ସହ ଖୋର୍ଦ୍ଧା ସମେତ ୪ରୁ ୫ ଜିଲ୍ଲାରେ ଯେଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତାହା ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଗୋଟିଏ ଦିନରେ ୮୧ ହଜାର ୬୫ନମୁନା ପରୀକ୍ଷା କରାଯାଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୫୯ ଆକ୍ରାନ୍ତ। ସେଥିମଧ୍ୟରୁ ସଙ୍ଗରୋଧରେ ୫ ହଜାର ୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ମାମଲା ଆସିଛି। ୦ରୁ ୧୮ ବର୍ଷ ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧକ ଆକ୍ରାନ୍ତ ୩ ହଜାର ୧୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକଣା ସତ୍ୱେ ଖୋର୍ଦ୍ଧାରେ ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରେ ଲାଗିଛି ସେହିପରି ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ। ସେଠାରେ ମଧ୍ୟ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ସୁନ୍ଦରଗଡ଼ରୁ ୧୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୮୭୦,ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ବାଲେଶ୍ୱରରୁ ୨୭୮,ପୁରୀରୁ ୨୭୨ ନୂଆ ପଜିଟିଭି ମାମଲା ଆସିଛି।

ଗତ ୨୪ ଘଣ୍ଟ।ରେ ରାଜ୍ୟରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ,କେନ୍ଦ୍ରାପଡା ଓ ନୟାଗଡରୁ ଜଣେ ଲେଖାଁଏ ଆଖି ବୁଜିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୪ ହଜାର ୩୪୯ ଛୁଇଁଛି।

Leave A Reply

Your email address will not be published.