ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜ୍ୟରେ ରେକର୍ଡ ଛୁଇଁଲା ସଂକ୍ରମଣ

0

ଭୁବନେଶ୍ବର: ରାଜ୍ୟରେ ରେକର୍ଡ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ଗତକାଲି ତୁଳନାରେ ୧୨୮୧ ମାମଲା ବୃଦ୍ଧି ପାଇଛି। କେବଳ ଜାନୁଆରିମାସର ୧୩ ଦିନରେ ଚିହ୍ନଟ ହେଲେଣି ୪୬ ହଜାର ୭୭୩ ସଂକ୍ରମିତ। ଏହା ସହ ଖୋର୍ଦ୍ଧା ସମେତ ୪ରୁ ୫ ଜିଲ୍ଲାରେ ଯେଭଳି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତାହା ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଗୋଟିଏ ଦିନରେ ୮୧ ହଜାର ୬୫ନମୁନା ପରୀକ୍ଷା କରାଯାଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୫୯ ଆକ୍ରାନ୍ତ। ସେଥିମଧ୍ୟରୁ ସଙ୍ଗରୋଧରେ ୫ ହଜାର ୮୩୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ମାମଲା ଆସିଛି। ୦ରୁ ୧୮ ବର୍ଷ ମଧ୍ୟରେ ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧକ ଆକ୍ରାନ୍ତ ୩ ହଜାର ୧୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକଣା ସତ୍ୱେ ଖୋର୍ଦ୍ଧାରେ ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରେ ଲାଗିଛି ସେହିପରି ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ। ସେଠାରେ ମଧ୍ୟ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ସୁନ୍ଦରଗଡ଼ରୁ ୧୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୮୭୦,ସମ୍ବଲପୁରରୁ ୫୭୦, ମୟୂରଭଞ୍ଜରୁ ୪୨୩, ବାଲେଶ୍ୱରରୁ ୨୭୮,ପୁରୀରୁ ୨୭୨ ନୂଆ ପଜିଟିଭି ମାମଲା ଆସିଛି।

ଗତ ୨୪ ଘଣ୍ଟ।ରେ ରାଜ୍ୟରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ,କେନ୍ଦ୍ରାପଡା ଓ ନୟାଗଡରୁ ଜଣେ ଲେଖାଁଏ ଆଖି ବୁଜିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୪ ହଜାର ୩୪୯ ଛୁଇଁଛି।

Leave A Reply

Your email address will not be published.