ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଉତ୍ତରପ୍ରଦେଶରେ ସଙ୍କଟରେ ବିଜେପି!

0

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଗତ ଦୁଇ ଦିନ ଧରି ଜଣେ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ଦଳ ଛାଡୁଛନ୍ତି। ବୁଧବାରକୁ ଓବିସି ନେତା ଦାରା ସିଂହ ଚୌହ୍ୱାନ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଉତ୍ତରପ୍ରଦେଶ କ୍ୟାବିନେଟରୁ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଅନ୍ୟ ୪ ବିଧାୟକ ବିଜେପିରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନଙ୍କ ଗତକାଲି ଇସ୍ତଫା ବିଜେପିର ଚିନ୍ତା ବଢାଇଦେଇଛି । ତେବେ ଏହାରି ଭିତରେ ଜଣେ କଂଗ୍ରସ ବିଧାୟକ ଓ ଜଣେ ସପା ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି।

ଯେତେବେଳେ ବିଜେପି ନେତାଙ୍କ ଦିଲ୍ଲୀରେ ଉତ୍ତରପ୍ରଦେଶ ନିର୍ବାଚନ ନେଇ ବୈଠକ ହେଉଥିଲା ,ସେହି ସମୟରେ ମଙ୍ଗଳବାରକୁ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଉତ୍ତରପ୍ରଦେଶ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ଏହା ସହ ବିଜେପି ବିଧାୟକ ଅବତାର ସିଂ ଭଡାନା ଦଳରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ଲୋକଦଳରେ ସାମିଲ ହୋଇଥିଲେ। ମୌର୍ଯ୍ୟଙ୍କ ସମର୍ଥକ କୁହାଯାଉଥିବା ୩ ବିଧାୟକ ମଧ୍ୟ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।

ମଙ୍ଗଳବାରରେ ବିଜେପି ବିଧାୟକ ବ୍ରିଜେସ ପ୍ରଜାପତି, ରୋସନ ଲାଲ ବର୍ମା ଓ ଭଗବତୀ ସାଗର ମୌର୍ଯ୍ୟଙ୍କ ପରେ ଇସ୍ତଫା ଦେଇଥିଲେ। ତେବେ ଦାରା ସିଂହ ଚୌହ୍ୱାନ କହିଛନ୍ତି, ସେ ଦଳିତ ,ପଛୁଆ ବର୍ଗ ଓ କୃଷକଙ୍କ ପ୍ରତି ସରକାରଙ୍କ ଅବହେଳା ଯୋଗୁ ସେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଦାରା ସିଂହ ଦ୍ୱିତୀୟ ଓବିସି ନେତା ଭାବେ ଇସ୍ତଫା ଦେଇଛନ୍ତି। ତେବେ ଦାରା ସିଂହ ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ କହିଛନ୍ତି।

ସେହିପରି ଉତ୍ତରପ୍ରଦେଶ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡିବାର ଦିନକରେ ପରେ ତାଙ୍କ ବିରୋଧରେ ୭ ବର୍ଷ ପୁରୁଣା ମାମଲା ସରକାର ଖୋଲିଛନ୍ତି। ଏହି ମାମଲାରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ୨୦୧୪ରେ ସେ ହିନ୍ଦୁ ଦେବାଦେବୀଙ୍କ ଉପରେ ଦେଇଥିବା ଏକ ଅପମାନଜନକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଉତ୍ତରପ୍ରଦେଶରେ ଫେବୃଆରି ୭ରୁ ମାର୍ଚ୍ଚ ୭ ଯାଏ ବିଧାନସଭା ନିର୍ବାଚନ ରହିଛି। ମାର୍ଚ୍ଚ ୧୦ରେ ଫଳାଫଳ ବାହାରିବ।

Leave A Reply

Your email address will not be published.