ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଲାଠିମାଡ଼ ପରେ ଢିଙ୍କିଆ ଗାଁ ପୁରୁଷ ଶୂନ୍ୟ

0

ପୁଲିସର ଲାଠିମାଡ଼ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ । ଗାଁର ତାଟି କବାଟ ପଡିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କିରିଛି ପୁଲିସ। ସେପଟେ ଗ୍ରାମବାସୀଙ୍କ ଉପରେ ପୁଲିସ ଆକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନକୁ ଘେରିଛି କଂଗ୍ରେସ । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି କହିଛି, ପାଖାପାଖି ୧୩ ଦିନ ହେଲା ଢିଙ୍କିଆ ଲୋକଙ୍କୁ ପୁଲିସ ଘେରାବନ୍ଦୀ କରି ରଖିଛି । ଜିଲ୍ଲା ପ୍ରଶାସନ ପାନବରଜ ଭାଙ୍ଗିବାରୁ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରାଯାଇଛି । ପୁଲିସର ବର୍ବରଚିତ ଆର୍କମଣର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ।

ସେପଟେ ଗ୍ରାମବାସୀ ପ୍ରଥମେ ପୁଲିସକୁ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କୁ ଘଉଡାଇବାକୁ ଯାଇ ପୁଲିସ ମୃଦୁ ଲାଠି ଚାଳନା କରିଥିବା ଏସପି ଅଖିଳେଶ୍ୱର ସିଂହ କହିଛନ୍ତି । ୭୦୦ରୁ ୮୦୦ ଲୋକ ହଠାତ ଆସି ପୁଲିସ ମୁତୟନ ହୋଇଥିବା ସ୍ଥାନରେ ଆକ୍ରମଣ କରିଥିଲେ । ଏହା ପରେ ବାଧ୍ୟ ହୋଇ ପୁଲିସ ଲାଠି ଚାଳନା କରିଥିଲା । ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା ଏସପି କହିଛନ୍ତି । ତେବେ ପୁଲିସର ଲାଠିଚାର୍ଜ ପରେ କିଛି ଗ୍ରାମବାସୀ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଜେଏସଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଆଜି ଗ୍ରାମବାସୀ ମାନେ ପାନବରଜକୁ ଯିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ।ଏହା ପରେ ପୁଲିସ ମୁତୟନ ହୋଇଥିବା ସ୍ଥାନକୁ ଶହ ଶହ ଲୋକ ମାଡିଆସିଥିଲେ। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ସ୍ଥାନୀୟ ଅଞ୍ଚଳ ଋଣକ୍ଷେତ୍ର ପାଲଟିଥିଲା । ପୁଲିସ ଗୋଡାଇ ଗୋଡାଇ ଗ୍ରାମବାସୀଙ୍କୁ ପିଟିବା ସହ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକଙ୍କୁ ଉଠାଇନେଇଥିଲା ।

Leave A Reply

Your email address will not be published.