ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଜାନୁଆରୀ ୩୧ରୁ ବଜେଟ୍ ଅଧିବେଶନ

0

ବଜେଟ ଅଧିବେଶନ ନେଇ ବଡ଼ ସୂଚନା ସାମନାକୁ ଆସିଛି । ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ ସଂସଦରେ ଉପସ୍ଥାପିତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନା କରିବେ । ଏହା ସହିତ ସୂଚନା ରହିଛି ଯେ, ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ରଖାଯାଇପାରେ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ମଧ୍ୟରେ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏ ହେବ । ସୂଚନା ଅନୁସାରେ ସିସିପିଏ ଦ୍ୱାରା ଏଭଳି ସୁପାରିସ କରାଯାଇଛି ।

ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସରକାର ଏହି ବଜେଟରେ ମଧ୍ୟ କୃଷି ପ୍ରତି ବିଶେଷ ଧ୍ୟାନ ଦେବେ । ତେବେ ପୂର୍ବରୁ ସଂସଦର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ବଜେଟ ଅଧିବେଶନ ନେଇ ଆଶଙ୍କା ପ୍ରକାଶ ପାଇଥିଲା । କୋଭିଡ ସଂକ୍ରମଣ ଭୟ ଭିତରେ ବଜେଟ ଅଧିବେଶନ କିଭଳି ବସିବ ତାକୁ ନେଇ ରାଜନୀତି କରିଡରରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.