ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟଙ୍କ ସମେତ ୧୦ଟି ସ୍ଥାନରେ ଇଡିର ରେଡ୍‌

0

ପଞ୍ଜାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ଧରପଗଡ଼ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସଂର୍ପକୀୟଙ୍କ ଘରେ ରେଡ କରିଛି ଇଡି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘର ବ୍ୟତୀତ ଆଉ ୯ଟି ସ୍ଥାନରେ ଆଜି ସକାଳୁ ରେଡ ହୋଇଛି । ମୋହାଲି ସମେତ ଅନେକ ସ୍ଥାନରେ ଏହି ଚଢାଉ ଜାରି ରହିଛି । ସୂଚନା ଅନୁସାରେ,ମୋହାଲିର ହୋମଲ୍ୟାଣ୍ଡ ସୋସାଇଟିରେ ଯେଉଁ ଘର ଉପରେ ଚଢାଉ ହୋଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଚନ୍ନିଙ୍କ ସମ୍ପକୀୟଙ୍କ ଘର ।

ଇଡି ସୂତ୍ର ଅନୁଯାୟୀ, ଚନ୍ନିଙ୍କ ଯେଉଁ ସର୍ମ୍ପକୀୟଙ୍କ ଘରେ ରେଡ଼ କରାଯାଉଥିବା କୁହାଯାଉଛି ତାଙ୍କ ନାଁ ହେଲା ଭୁପିନ୍ଦର ସିଂ ହନି । ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୁଦ୍ରତଦୀପ ସିଂଙ୍କ ବିରୋଧରେ ଏକ ବେଆଇନ ବାଲି ଖନନ ନେଇ କାଗଜ ଦାଖଲ କରିଥିଲା,ଯେଉଁଥିରେ ହନିଙ୍କ ନାଁ ରହିଛି ।ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)ର ନିୟମ ଅନୁଯାୟୀ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି

। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟ ବେଆଇନ ବାଲି, ଖଣି କାରବାରରେ ଥିବା ସମ୍ପୃକ୍ତ ଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କୁହାଯାଉଛି,ବେଆଇନ ବାଲି ଖନନ ସଂପର୍କରେ ଇଡି ମାହୋଲି ସମେତ ୧୦ରୁ ୧୨ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଇଡି ଏପରି ସମୟରେ ଚଢାଉ କରିଛି, ଯେତେବେଳେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଅଛି । ତେଣୁ ଏହାକୁ ନେଇ ଆଗକୁ ରାଜନୈତିକ ବୟାନ ବାଜି ଜୋରଦାର ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.