ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟଙ୍କ ସମେତ ୧୦ଟି ସ୍ଥାନରେ ଇଡିର ରେଡ୍‌

0

ପଞ୍ଜାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ଧରପଗଡ଼ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସଂର୍ପକୀୟଙ୍କ ଘରେ ରେଡ କରିଛି ଇଡି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘର ବ୍ୟତୀତ ଆଉ ୯ଟି ସ୍ଥାନରେ ଆଜି ସକାଳୁ ରେଡ ହୋଇଛି । ମୋହାଲି ସମେତ ଅନେକ ସ୍ଥାନରେ ଏହି ଚଢାଉ ଜାରି ରହିଛି । ସୂଚନା ଅନୁସାରେ,ମୋହାଲିର ହୋମଲ୍ୟାଣ୍ଡ ସୋସାଇଟିରେ ଯେଉଁ ଘର ଉପରେ ଚଢାଉ ହୋଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଚନ୍ନିଙ୍କ ସମ୍ପକୀୟଙ୍କ ଘର ।

ଇଡି ସୂତ୍ର ଅନୁଯାୟୀ, ଚନ୍ନିଙ୍କ ଯେଉଁ ସର୍ମ୍ପକୀୟଙ୍କ ଘରେ ରେଡ଼ କରାଯାଉଥିବା କୁହାଯାଉଛି ତାଙ୍କ ନାଁ ହେଲା ଭୁପିନ୍ଦର ସିଂ ହନି । ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୁଦ୍ରତଦୀପ ସିଂଙ୍କ ବିରୋଧରେ ଏକ ବେଆଇନ ବାଲି ଖନନ ନେଇ କାଗଜ ଦାଖଲ କରିଥିଲା,ଯେଉଁଥିରେ ହନିଙ୍କ ନାଁ ରହିଛି ।ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ)ର ନିୟମ ଅନୁଯାୟୀ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି

। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟ ବେଆଇନ ବାଲି, ଖଣି କାରବାରରେ ଥିବା ସମ୍ପୃକ୍ତ ଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କୁହାଯାଉଛି,ବେଆଇନ ବାଲି ଖନନ ସଂପର୍କରେ ଇଡି ମାହୋଲି ସମେତ ୧୦ରୁ ୧୨ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଇଡି ଏପରି ସମୟରେ ଚଢାଉ କରିଛି, ଯେତେବେଳେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଅଛି । ତେଣୁ ଏହାକୁ ନେଇ ଆଗକୁ ରାଜନୈତିକ ବୟାନ ବାଜି ଜୋରଦାର ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.