ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

୧୮ ବର୍ଷ ପରେ ଅଲଗା ହେବେ ସାଉଥ ସୁପରଷ୍ଟାର ଧନୁଷ ଓ ଏଶ୍ୱର୍ଯ୍ୟା

0

ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଖବର ପରେ ସାଉଥ ଇଣ୍ଡଷ୍ଟ୍ରିର ଆଉ ଏକ ପାୱାର କପଲ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ଚକିତ କରିଦେଇଛି । ଦୀର୍ଘ ୧୮ ବର୍ଷ ପରେ ତାମିଲ ସୁପରଷ୍ଟାର ଧନୁଷ ଓ ଏଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦୀର୍ଘ ୧୮ବର୍ଷର ବୈବାହିକ ଜୀବନ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ଧନୁଷ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପତ୍ନୀ ଏଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଛାଡପତ୍ର ଖବର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ଆମେ ପରସ୍ୱରର ବନ୍ଧୁ,ଦମ୍ପତ୍ତି,ଶୁଭେଚ୍ଛୁ ଭାବେ ରହିଥିଲୁ । କିନ୍ତୁ ଆଜି ଯେଉଁଠୁ ଛିଡା ହେଇଛୁ,ସେଠାରୁ ଆମ ରାସ୍ତା ଅଲଗା । ଏଶ୍ୱର୍ଯ୍ୟା ଓ ମୁଁ ପରସ୍ୱରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଶଂସକ ମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ କରିବେ ବୋଲି ଆଶା ରଖୁଛୁ ।

ଏଶ୍ୱର୍ଯ୍ୟା ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ । ସେ ୨୦୦୪ରେ ଧନୁଷଙ୍କୁ ବିବାହ କରିଥିଲେ । ଏମାନଙ୍କର ଦୁଇ ପୁଅ ଯାତ୍ରା ଓ ଲିଙ୍ଗା ଅଛନ୍ତି । ପୂର୍ବରୁ ଅନେକ ଥର ଏମାନେ ଅଲଗା ହେବା ନେଇ ଖବର ଚର୍ଚ୍ଚା ହୋଇଥିଲା , କିନ୍ତୁ ଏମାନେ ଗଣମାଧ୍ୟମଠୁ ଏହି ଖବରକୁ ନେଇ ଦୂରେଇ ରହୁଥିଲେ । ଧନୁଷ ହେଉଛନ୍ତି ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ । ଧନୁଷ ହେଉଛନ୍ତି ମଲ୍ଟି ଟ୍ୟାଲେେ ଡ଼ । ସେ ଜଣେ ଜବରଦସ୍ତ କଳାକାର ସହ ନିର୍ଦ୍ଦେଶକ,ପ୍ରଯୋଜକ, ଡ୍ୟାନ୍ସର, ସିଙ୍ଗର,ଲିରିସିଷ୍ଟ । ୪୬ଟି ଫିଲ୍ମରେ କାମ କରିସାରିଥିବା ସୁପରଷ୍ଟାର ଧନୁଷ ଗୋଟେ ଫିଲ୍ମ ଫେୟାର ଆୱାର୍ଡ, ୪ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମେତ ୧୩ ବଡ଼ ପୁରସ୍କାର ପାଇସାରିଛନ୍ତି ।

Leave A Reply

Your email address will not be published.