ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

୧୮ ବର୍ଷ ପରେ ଅଲଗା ହେବେ ସାଉଥ ସୁପରଷ୍ଟାର ଧନୁଷ ଓ ଏଶ୍ୱର୍ଯ୍ୟା

0

ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଖବର ପରେ ସାଉଥ ଇଣ୍ଡଷ୍ଟ୍ରିର ଆଉ ଏକ ପାୱାର କପଲ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ଚକିତ କରିଦେଇଛି । ଦୀର୍ଘ ୧୮ ବର୍ଷ ପରେ ତାମିଲ ସୁପରଷ୍ଟାର ଧନୁଷ ଓ ଏଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦୀର୍ଘ ୧୮ବର୍ଷର ବୈବାହିକ ଜୀବନ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ଧନୁଷ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପତ୍ନୀ ଏଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଛାଡପତ୍ର ଖବର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ଆମେ ପରସ୍ୱରର ବନ୍ଧୁ,ଦମ୍ପତ୍ତି,ଶୁଭେଚ୍ଛୁ ଭାବେ ରହିଥିଲୁ । କିନ୍ତୁ ଆଜି ଯେଉଁଠୁ ଛିଡା ହେଇଛୁ,ସେଠାରୁ ଆମ ରାସ୍ତା ଅଲଗା । ଏଶ୍ୱର୍ଯ୍ୟା ଓ ମୁଁ ପରସ୍ୱରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ପ୍ରଶଂସକ ମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ କରିବେ ବୋଲି ଆଶା ରଖୁଛୁ ।

ଏଶ୍ୱର୍ଯ୍ୟା ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ । ସେ ୨୦୦୪ରେ ଧନୁଷଙ୍କୁ ବିବାହ କରିଥିଲେ । ଏମାନଙ୍କର ଦୁଇ ପୁଅ ଯାତ୍ରା ଓ ଲିଙ୍ଗା ଅଛନ୍ତି । ପୂର୍ବରୁ ଅନେକ ଥର ଏମାନେ ଅଲଗା ହେବା ନେଇ ଖବର ଚର୍ଚ୍ଚା ହୋଇଥିଲା , କିନ୍ତୁ ଏମାନେ ଗଣମାଧ୍ୟମଠୁ ଏହି ଖବରକୁ ନେଇ ଦୂରେଇ ରହୁଥିଲେ । ଧନୁଷ ହେଉଛନ୍ତି ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ । ଧନୁଷ ହେଉଛନ୍ତି ମଲ୍ଟି ଟ୍ୟାଲେେ ଡ଼ । ସେ ଜଣେ ଜବରଦସ୍ତ କଳାକାର ସହ ନିର୍ଦ୍ଦେଶକ,ପ୍ରଯୋଜକ, ଡ୍ୟାନ୍ସର, ସିଙ୍ଗର,ଲିରିସିଷ୍ଟ । ୪୬ଟି ଫିଲ୍ମରେ କାମ କରିସାରିଥିବା ସୁପରଷ୍ଟାର ଧନୁଷ ଗୋଟେ ଫିଲ୍ମ ଫେୟାର ଆୱାର୍ଡ, ୪ ନ୍ୟାସନାଲ ଫିଲ୍ମ ଆୱାର୍ଡ ସମେତ ୧୩ ବଡ଼ ପୁରସ୍କାର ପାଇସାରିଛନ୍ତି ।

Leave A Reply

Your email address will not be published.