ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଭଗୱନ୍ତ ମାନ୍ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

0

ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍ । ଆପ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତଙ୍କ ନାଁ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଲୋକଙ୍କ ଭୋଟ ଦ୍ୱାରା ଏହାର ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି, ପଞ୍ଜାବରେ ୨୧ ଲକ୍ଷ ଲୋକ ଭୋଟ ଦେଇଥିଲେ । ସେଥିମଧ୍ୟରୁ ଭଗୱନ୍ତଙ୍କୁ ୯୩.୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ ବୋଲି କେଜ୍ରିୱାଲ କହିଛନ୍ତି। ପଞ୍ଜାବରେ ଆପ ସରକାର ଗଢିବାକୁ ଯାଉଛି ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ, ଅନ୍ୟ ଦଳ ଗୁଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଅନ୍ୟ ଦଳ ନିଜ ଘର, ପୁଅ,ବୋହୂ କି ଘରର କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରିଦିଅନ୍ତି,କିନ୍ତୁ ଆପ ଏଭଳି କରେନାହିଁ । କେଜ୍ରିୱାଲ କହିଛନ୍ତି, ଭଗୱନ୍ତ ମୋର ଛୋଟ ଭାଇ । ମୁଁ ସିଧାଦଳଖ ତାଙ୍କ ନାଁ ଘୋଷଣା କରିଥିଲେ, ଲୋକେ ଅଭିଯୋଗ କରିଥାନ୍ତେ କି ମୁଁ ମୋ ଭାଇଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲି । କିନ୍ତୁ ଜନମତ ଅନୁସାରେ ଏହି ନିଷ୍ପତି ନିଆଯାଇଛି ।

ସେହିପରି ପବ୍ଲିକ ଭୋଟିଂରେ ୯୩.୩ ପ୍ରତିଶତ ଲୋକ ଭଗୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଭୋଟ ଦେଇଥିବା ବେଳେ ଦ୍ୱିତୀୟରେ ଅଛି ନବଜ୍ୟୋତ ସିଂ ସିଦ୍ଧୁଙ୍କ ନାଁ । ସିଦ୍ଧୁ ପଞ୍ଜାବ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି । କେଜ୍ରିୱାଲଙ୍କ ଅନୁସାରେ ,ଆପ୍‌ର ସର୍ଭେରେ ସିଦ୍ଧୁଙ୍କୁ ବି ୩.୬ ପ୍ରତିଶତ ଭୋଟ ମିଳିଛି । ସେ ଏହା ବି କହିଛନ୍ତି ଯେ କିଛି ଜଣ ତାଙ୍କୁ ବି ମୁଖ୍ୟମନ୍ତ୍ରୀ ହେବା ପାଇଁ ମତ ଦେଇଛନ୍ତି , କିନ୍ତୁ ସେ ପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେନି ବୋଲି କହିସାରିଥିବା କହିଛନ୍ତି ।

ଜାନୁଆରୀ ୧୭ ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ହେବା ରାୟ ଦେବାକୁ ଲୋକଙ୍କୁ କୁହାଯାଇଥିଲା । ଆପ ପକ୍ଷରୁ କୁହାଯାଇଛି ଯେ, ଗତକାଲି ସୁଦ୍ଧା ୨୧ ଲକ୍ଷ ୫୯ ହଜାର ଲୋକ ହ୍ୱାଟସ ଆପ, କଲ ଓ ମେସେଜ ମାଧ୍ୟମରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ମତ ଦେଇଛନ୍ତି ।

Leave A Reply

Your email address will not be published.