ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜ୍ୟରେ ଆଜି ସାମାନ୍ୟ କମିଲା ସଂକ୍ରମଣ

0

ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ କମିଲା ସଂକ୍ରମଣ । ଗତକାଲି ୧୧ ହଜାର ଉପରେ କରୋନା ଆକ୍ରାନ୍ତ ସଂଖ୍ୟା ଥିବା ବେଳେ ଆଜି ତଳକୁ ଖସିଛି ।ଆଜି ୧୦ ହଜାର ୩୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬ ହଜାର ୧୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୪୩୫୩ ଜଣ । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହଜାରେ ୯୨ ଜଣ କେବଳ ୧୮ ବର୍ଷରୁ କମ ଶିଶୁ ଓ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି ।

ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଦିନରେ ୩ ହଜାର ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ । ସୁନ୍ଦରଗଡ଼ରୁ ୧୫୦୫ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି କଟକରୁ ୯୪୦ , ଯାଜପୁରରୁ ୨୯୦, ବଲାଙ୍ଗୀରରୁ ୨୫୩,ସମ୍ବଲପୁରରୁ ୨୪୭, ରାୟଗଡାରୁ ୨୦୮,କୋରାପୁଟରୁ ୨୦୨, ନୂଆପଡାରୁ ୧୯୬,କଳାହାଣ୍ଡିରୁ ୧୯୪,ସୁବର୍ଣ୍ଣପୁରରୁ ୧୮୦,ଜଗତସିଂହପୁରରୁ ୧୬୫,ମୟୂରଭଞ୍ଜରୁ ୧୬୫ ଓ ନବରଙ୍ଗପୁରରୁ ୧୬୨ ଜଣ ପଜିଟିଭ ଅଛନ୍ତି । ସବୁ ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

କଟକଣା ସତ୍ୱେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ସେହିପରି ଦିନକରେ କରୋନାରେ ରାଜ୍ୟରେ ୭ ଜଣ ଆଖିବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାରୁ କେବଳ ୫ ଜଣ ଥିବା ବେଳେ ସମ୍ବଲପୁର ଓ ଗଞ୍ଜାମରୁ ଜଣେ ଲେଖାଁଏ ଅଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ରେ ପହଞ୍ଚିଛି । ମୃତକ ସଂଖ୍ୟା ମଧ୍ୟ ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୮୮ ହଜାର ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.