ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ରାଜ୍ୟରେ ଆଜି ସାମାନ୍ୟ କମିଲା ସଂକ୍ରମଣ

0

ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ କମିଲା ସଂକ୍ରମଣ । ଗତକାଲି ୧୧ ହଜାର ଉପରେ କରୋନା ଆକ୍ରାନ୍ତ ସଂଖ୍ୟା ଥିବା ବେଳେ ଆଜି ତଳକୁ ଖସିଛି ।ଆଜି ୧୦ ହଜାର ୩୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬ ହଜାର ୧୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୪୩୫୩ ଜଣ । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ହଜାରେ ୯୨ ଜଣ କେବଳ ୧୮ ବର୍ଷରୁ କମ ଶିଶୁ ଓ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି ।

ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଦିନରେ ୩ ହଜାର ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟରେ ରହିଛି ସୁନ୍ଦରଗଡ । ସୁନ୍ଦରଗଡ଼ରୁ ୧୫୦୫ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି କଟକରୁ ୯୪୦ , ଯାଜପୁରରୁ ୨୯୦, ବଲାଙ୍ଗୀରରୁ ୨୫୩,ସମ୍ବଲପୁରରୁ ୨୪୭, ରାୟଗଡାରୁ ୨୦୮,କୋରାପୁଟରୁ ୨୦୨, ନୂଆପଡାରୁ ୧୯୬,କଳାହାଣ୍ଡିରୁ ୧୯୪,ସୁବର୍ଣ୍ଣପୁରରୁ ୧୮୦,ଜଗତସିଂହପୁରରୁ ୧୬୫,ମୟୂରଭଞ୍ଜରୁ ୧୬୫ ଓ ନବରଙ୍ଗପୁରରୁ ୧୬୨ ଜଣ ପଜିଟିଭ ଅଛନ୍ତି । ସବୁ ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

କଟକଣା ସତ୍ୱେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ସେହିପରି ଦିନକରେ କରୋନାରେ ରାଜ୍ୟରେ ୭ ଜଣ ଆଖିବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଳାରୁ କେବଳ ୫ ଜଣ ଥିବା ବେଳେ ସମ୍ବଲପୁର ଓ ଗଞ୍ଜାମରୁ ଜଣେ ଲେଖାଁଏ ଅଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ରେ ପହଞ୍ଚିଛି । ମୃତକ ସଂଖ୍ୟା ମଧ୍ୟ ୮ ହଜାର ୫୦୧କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୮୮ ହଜାର ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.