ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର

0

ଦେଶରେ କରୋନା ସ୍ଥିତି ଅଣାୟତ୍ତ । ଦିନକରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ୮ ମାସର ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ମେ ମାସରେ ୩ ଲକ୍ଷରୁ ଅଧିକ ମାମଲା ଆସିଥିଲା । ଏହା ପରେ ଆଜି ୩ ଲକ୍ଷ ୧୭ ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୬.୪୧ ପ୍ରତିଶତ । ସେହିପରି ସପ୍ତାହିକ ସଂକ୍ରମଣ ରହିଛି ୧୬. ୦୬ ପ୍ରତିଶତ ।ପୂର୍ବ ସପ୍ତାହ ତୁଳନାରେ ୨୭ ପ୍ରତିଶତ ଅଧିକ ମାମଲା ଆଜି ରହିଛି ।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଲହର ସମୟରେ ଏହି ସଂଖ୍ୟା ଛୁଇଁବାକୁ ୬୦ ଦିନ ଲାଗିଥିଲା ଏବେ ତୃତୀୟ ଲହରରେ ୩୦ ଲକ୍ଷ ଦିନରେ ୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି । ଏହା ସହ ଗତ ୨୪ ଘଣ୍ଟାରେ ୪୯୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୯ ଲକ୍ଷ ୨୪
ହଜାର ୫୧ । ସେହିପରି ଗତ ୨୪ ଘଣ୍ଟାରେ ୨ ଲକ୍ଷ ୨୩ ହଜାର ୯୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ୯ ହଜାର ୨୮୭ରେ ପହଞ୍ଚିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ।ଗତକାଲି ତୁଳନାରେ ୩ ଦଶମିକ ୬୩ ପ୍ରତିଶତ ଅଧିକ ଓମିକନ ମାମଲା ଆସିଛି । ତେବେ ଯେଉଁପରି ସଂକ୍ରମଣ ବଢୁଛି ଏହା ପିକ୍ ମୁହାଁ ହୋଇଛି । ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଜାନୁଆରୀ ୨୩ରେ ଦେଶରେ ପିକ ଛୁଇଁବ ସଂକ୍ରମଣ । ଦ୍ୱିତୀୟ ଲହର ବେଳେ ସର୍ବାଧିକ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ପର୍ଯ୍ୟନ୍ତ ଯାଇଥିଲା ।

Leave A Reply

Your email address will not be published.