ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଘନଉଛି ସଙ୍କଟ, ୟୁକ୍ରେନ ଛାଡିବାକୁ ଆମେରିକୀୟଙ୍କୁ ନିବେଦନ କଲେ ବାଇଡେନ

0

ୟୁକ୍ରେନରେ ଘନଉଛି ଯୁଦ୍ଧ ଆଶଙ୍କା । ୟକ୍ରେନ ବିବାଦକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷ ମୁହାଁମୁହିଁ ସ୍ଥିତିରେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିବେଦନ କରିଛନ୍ତି । ସେ କହଛନ୍ତି, ସ୍ଥିତି କୌଣସି ମୁହୁର୍ତ୍ତରେ ବିଗିଡିପାରେ । ଏବେ ପରିସ୍ଥିତି ଭଲ ନାହିଁ । ତେଣୁ ତୁରନ୍ତ ଆମେରିକୀୟ ନାଗରିକଙ୍କୁ ୟୁକ୍ରେନ ଛାଡିବା ଉଚିତ ବୋଲି ବାଇଡେନ ସଚେତନ କରାଇଛନ୍ତି ।

ସେପଟେ ହଜାର ହଜାର ଋଷ ସୈନ୍ୟ ଅସ୍ତ୍ରଶସ୍ତ୍ର ସହିତ ୟୁକ୍ରେନ ସୀମା ନିକଟରେ ଏକତ୍ରିତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଋଷ ପରି ୟୁକ୍ରେନ ମଧ୍ୟ ନିଜ ସୀମାରେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରିଛନ୍ତି । ସେ କହିଛନ୍ତି, ଏହା ନୁହେଁ ଯେ ଆମେ କୌଣସି ଆତଙ୍କବାଦୀ ସଂଗଠନକୁ ସାମନା କରୁଛେ । ଆମେ ବିଶ୍ୱର ସବୁଠୁ ବଡ଼ ସୈନ୍ୟବାହିନୀ ସହ ସାମନା କରୁଛେ । ତେଣୁ ଏହା ସମ୍ପୂର୍ଣ୍ଣ ଅଲଗା ସ୍ଥିତି । ବାଇଡେନ କହିଛନ୍ତି, ଏହା ନୁହେଁ ଯେ ତାଙ୍କୁ ୟୁକ୍ରେନରୁ ବାହାର କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ସୈନ୍ୟଙ୍କୁ ପଠାଇପାରେ ।

ବାଇଡେନ ଏହା ମଧ୍ୟ କହିଛନ୍ତି, ଯେତେବେଳେ ଆମେରିକା ଓ ଋଷ ମୁହିଁମହିଁ ହେବେ ସେତେବେଳେ ଏକ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ହେବ । ଏଥିପାଇଁ ସେ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି କିଛି କରିବେ ନାହିଁ ଯାହା ଆମେରିକାର ନାଗରିକଙ୍କ ଉପରେ ଖରାପ ପ୍ରଭାବ ପକାଇବ । ବାଇଡେନ ନିକଟେ ଋଷକୁ ଏକ ଚେତାବନୀ ଦେଇ କହିଥିଲେ, ଯଦି ଋଷ, ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାର ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ୨କୁ ଆରମ୍ଭ ହେବାକୁ ଦିଆଯିବନି । ଆମରିକା ଅଧିକାରୀଙ୍କ ଅନୁସାରେ, ଋଷ , ୟୁକ୍ରେନ ସୀମାରେ ୧୦ ହଜାରରୁ ଅଧିକ ସୈନ୍ୟଙ୍କୁ ଏକାଠି କରିଛି । ସେପଟେ ଋଷ ଲଗାତର ଜୋର ଦେଇ କହୁଛି ଯେ, ତାର ଆକ୍ରମଣ କରିବାର କୌଣସି ଯୋଜନା ନାହିଁ ।

ଋଷ ଦାବି କି, ୟୁକ୍ରେନକୁ ନାଟୋରେ ସାମିଲ ନକରାଯାଉ ଓ ନାଟୋ ଋଷ ସୀମାରେ ହତିଆରା ମୁତୟନ ନକରୁ । କାରଣ ନାଟୋ ଦେଶ ଓ ଆମେରିକାକୁ
ଏହି ଅଂଚଳରେ ଦବଦବା ଜାହିର କରିବା ପାଇଁ ସୁଯୋଗ ମିଳିବ । ତେବେ ଋଷ ଓ ୟୁକ୍ରେନ ସୀମାରୁ ଯେଭଳି ଦୃଶ୍ୟ ଆସୁଛି , ତାକୁ ଦେଖି ଲାଗୁଛି କୌଣସି ମୁହୁର୍ତ୍ତରେ ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ । ଆଉ ଯଦି ପ୍ରକୃତରେ ଯୁଦ୍ଧ ହୁଏ, ତା ହେଲେ ମହାବିନାଶକୁ ଏଡାଇବା ଅସମ୍ଭବ ।

Leave A Reply

Your email address will not be published.