ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଘନଉଛି ସଙ୍କଟ, ୟୁକ୍ରେନ ଛାଡିବାକୁ ଆମେରିକୀୟଙ୍କୁ ନିବେଦନ କଲେ ବାଇଡେନ

0

ୟୁକ୍ରେନରେ ଘନଉଛି ଯୁଦ୍ଧ ଆଶଙ୍କା । ୟକ୍ରେନ ବିବାଦକୁ ନେଇ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷ ମୁହାଁମୁହିଁ ସ୍ଥିତିରେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିବେଦନ କରିଛନ୍ତି । ସେ କହଛନ୍ତି, ସ୍ଥିତି କୌଣସି ମୁହୁର୍ତ୍ତରେ ବିଗିଡିପାରେ । ଏବେ ପରିସ୍ଥିତି ଭଲ ନାହିଁ । ତେଣୁ ତୁରନ୍ତ ଆମେରିକୀୟ ନାଗରିକଙ୍କୁ ୟୁକ୍ରେନ ଛାଡିବା ଉଚିତ ବୋଲି ବାଇଡେନ ସଚେତନ କରାଇଛନ୍ତି ।

ସେପଟେ ହଜାର ହଜାର ଋଷ ସୈନ୍ୟ ଅସ୍ତ୍ରଶସ୍ତ୍ର ସହିତ ୟୁକ୍ରେନ ସୀମା ନିକଟରେ ଏକତ୍ରିତ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଋଷ ପରି ୟୁକ୍ରେନ ମଧ୍ୟ ନିଜ ସୀମାରେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରିଛନ୍ତି । ସେ କହିଛନ୍ତି, ଏହା ନୁହେଁ ଯେ ଆମେ କୌଣସି ଆତଙ୍କବାଦୀ ସଂଗଠନକୁ ସାମନା କରୁଛେ । ଆମେ ବିଶ୍ୱର ସବୁଠୁ ବଡ଼ ସୈନ୍ୟବାହିନୀ ସହ ସାମନା କରୁଛେ । ତେଣୁ ଏହା ସମ୍ପୂର୍ଣ୍ଣ ଅଲଗା ସ୍ଥିତି । ବାଇଡେନ କହିଛନ୍ତି, ଏହା ନୁହେଁ ଯେ ତାଙ୍କୁ ୟୁକ୍ରେନରୁ ବାହାର କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ୟୁକ୍ରେନରେ ରହୁଥିବା ଆମେରିକୀୟଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ସୈନ୍ୟଙ୍କୁ ପଠାଇପାରେ ।

ବାଇଡେନ ଏହା ମଧ୍ୟ କହିଛନ୍ତି, ଯେତେବେଳେ ଆମେରିକା ଓ ଋଷ ମୁହିଁମହିଁ ହେବେ ସେତେବେଳେ ଏକ ବିଶ୍ୱଯୁଦ୍ଧ ଭଳି ପରିସ୍ଥିତି ହେବ । ଏଥିପାଇଁ ସେ କହିଛନ୍ତି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି କିଛି କରିବେ ନାହିଁ ଯାହା ଆମେରିକାର ନାଗରିକଙ୍କ ଉପରେ ଖରାପ ପ୍ରଭାବ ପକାଇବ । ବାଇଡେନ ନିକଟେ ଋଷକୁ ଏକ ଚେତାବନୀ ଦେଇ କହିଥିଲେ, ଯଦି ଋଷ, ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାର ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ନର୍ଡ ଷ୍ଟ୍ରିମ୨କୁ ଆରମ୍ଭ ହେବାକୁ ଦିଆଯିବନି । ଆମରିକା ଅଧିକାରୀଙ୍କ ଅନୁସାରେ, ଋଷ , ୟୁକ୍ରେନ ସୀମାରେ ୧୦ ହଜାରରୁ ଅଧିକ ସୈନ୍ୟଙ୍କୁ ଏକାଠି କରିଛି । ସେପଟେ ଋଷ ଲଗାତର ଜୋର ଦେଇ କହୁଛି ଯେ, ତାର ଆକ୍ରମଣ କରିବାର କୌଣସି ଯୋଜନା ନାହିଁ ।

ଋଷ ଦାବି କି, ୟୁକ୍ରେନକୁ ନାଟୋରେ ସାମିଲ ନକରାଯାଉ ଓ ନାଟୋ ଋଷ ସୀମାରେ ହତିଆରା ମୁତୟନ ନକରୁ । କାରଣ ନାଟୋ ଦେଶ ଓ ଆମେରିକାକୁ
ଏହି ଅଂଚଳରେ ଦବଦବା ଜାହିର କରିବା ପାଇଁ ସୁଯୋଗ ମିଳିବ । ତେବେ ଋଷ ଓ ୟୁକ୍ରେନ ସୀମାରୁ ଯେଭଳି ଦୃଶ୍ୟ ଆସୁଛି , ତାକୁ ଦେଖି ଲାଗୁଛି କୌଣସି ମୁହୁର୍ତ୍ତରେ ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ । ଆଉ ଯଦି ପ୍ରକୃତରେ ଯୁଦ୍ଧ ହୁଏ, ତା ହେଲେ ମହାବିନାଶକୁ ଏଡାଇବା ଅସମ୍ଭବ ।

Leave A Reply

Your email address will not be published.