ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କାହିିଁକି ଆତ୍ମହତ୍ୟା କଲେ ମହିଳା ପ୍ରଫେସର?

0

ଭୁବନେଶ୍ବର: ଫ୍ୟାନରେ ଲୁଗା ଲଗାଇ ଝୁଲିପଡିଲେ ପ୍ରଫେସର। ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା। କ୍ୟାମ୍ପସ ପରିସରରେ ପ୍ରଫେସରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ କାହିଁକି ପ୍ରଫେସର ଜଣକ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ।

ପୁଲିସର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ। ମୃତ ମହିଳା ପ୍ରଫେସର ହେଉଛନ୍ତି ଦେବୀ ପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା। ଉଭୟ ସ୍ୱାମୀ,ସ୍ତ୍ରୀ ଓଡିଶାର କୃଷି ଓ ବୈଷୟିକ ବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଏବଂ ବିଶ୍ୱବିଦ୍ୟାଳୟ କ୍ୱାଟର୍ସରେ ସେ ରୁହନ୍ତି। ଗତକାଲି ବିଳମ୍ବିତ ରାତିରେ ବାସନ୍ତୀ ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଛନ୍ତି।

ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଖଣ୍ଡଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିପାରେ।

Leave A Reply

Your email address will not be published.