ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କାହିିଁକି ଆତ୍ମହତ୍ୟା କଲେ ମହିଳା ପ୍ରଫେସର?

0

ଭୁବନେଶ୍ବର: ଫ୍ୟାନରେ ଲୁଗା ଲଗାଇ ଝୁଲିପଡିଲେ ପ୍ରଫେସର। ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସରେ ମହିଳା ପ୍ରଫେସରଙ୍କ ଆତ୍ମହତ୍ୟା। କ୍ୟାମ୍ପସ ପରିସରରେ ପ୍ରଫେସରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ କାହିଁକି ପ୍ରଫେସର ଜଣକ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ।

ପୁଲିସର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ। ମୃତ ମହିଳା ପ୍ରଫେସର ହେଉଛନ୍ତି ଦେବୀ ପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା। ଉଭୟ ସ୍ୱାମୀ,ସ୍ତ୍ରୀ ଓଡିଶାର କୃଷି ଓ ବୈଷୟିକ ବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଏବଂ ବିଶ୍ୱବିଦ୍ୟାଳୟ କ୍ୱାଟର୍ସରେ ସେ ରୁହନ୍ତି। ଗତକାଲି ବିଳମ୍ବିତ ରାତିରେ ବାସନ୍ତୀ ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଛନ୍ତି।

ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଖଣ୍ଡଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିପାରେ।

Leave A Reply

Your email address will not be published.