ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଆଜିଠୁ ଆଇପିଏଲ ନିଲାମ

0

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବେଙ୍ଗାଲୁରୁରେ ଆରମ୍ଭ ହେବ ଆଇପିଏଲ ମହାନିଲାମି । ଆଜି ଦିନ ୧୧ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥର ଆଇପିଏଲରେ ଯୋଡି ହୋଇଛନ୍ତି ଦୁଇଟି ନୂଆ ଦଳ । ଗୁଜୁରାଟ ଟାଇଟନ୍ସ ଓ ଲଖନର ସୁପରିଜିଆ ଓ ଏଥର ନୂଆ ଦଳ ଭାବେ ଆଇପିଏଲରେ ଯୋଗ ଦେବେ। ବଡ଼ ବଡ଼ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି ସବୁ ଟିମ୍ ।

ଚଳିତବର୍ଷ ନିଲାମରେ ବହୁ ନାମିଦାମି କ୍ରିକେଟର ଅଂଶଗ୍ରହଣ କରିବେ । ୫୯୦ ଜଣ କ୍ରିକେଟର ନିଲାମ ହେବ । ତେବେ ଏଥର ୨ ଓଡିଆ ଖେଳାଳିଙ୍କ ଉପରେ ନଜର ରହିଛି । ଏଥର ଶିଖର ଧୱନ,ଶ୍ରେୟାସ ଆୟର, ସୁରେଶ ରାଇନା, ମହମ୍ମଦ ସାମି, ଦେବଦ ପାଡିକଲ, ମନୀଷ ପାଣ୍ଡେଙ୍କ ଭଳି ଭାରତୀୟ ଖେଳାଳିଙ୍କ ଉପରେ ନଜର ରଖିବେ ଫ୍ରାଞ୍ଚାଇଜ। ସେହିଭଳି କୋଭିଡ ୱାର୍ଣ୍ଣର, ଫାପ ଡୁପ୍ଲେସିସ, ଟ୍ରେ ବୋଲ୍ଟ, ପ୍ୟାଟ କୁମିନ୍ସଙ୍କ ଦଳମାନଙ୍କର ପ୍ରଥମ ପସନ୍ଦ ରହିବେ ।

ସେହିପରି ଆସନ୍ତାକାଲି ୧୬୧ ଜଣ ଖେଳାଳିଙ୍କୁ ନିଲାମ କରାଯିବ ।କାଲି ଦିନ ୧୨ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥର ୧୦ରୁ ଅଧିକ କ୍ରିକେଟରଙ୍କ ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ନିଲାମି ହୋଇପାରେ । କିଛି ଖେଳାଳିଙ୍କ ନାଁରେ ପାଖାପାଖି ୨୦ କୋଟି ଟଙ୍କା ମଧ୍ୟ ନିଲାମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅୟର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି । କ୍ରିକେଟ ଫ୍ୟାନ୍ସ ଓ ଖେଳାଳି ମାନେ ଏହି ମେଗା ନିଲାମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.