ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପ୍ରଶ୍ନ ଉଠାଇଲେ ଜାଗୃତି

0

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକି ବିବାଦ ଥମିବାର ନାଁ ନେଉନି । ତେବେ ଏହି ମାମଲା ଏବେ ନୂଆ ମୋଡ଼ ନେଇଛି। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବନାମ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା । ପୂର୍ବରୁ ଜାଗୃତି ଏକ ଫେସବୁକ ପୋଷ୍ଟ କରିଥିବା ବେଳେ ଏବେ ଆଉ ଏକ ପୋଷ୍ଟ କରି ଅଭିନେତାଙ୍କ ପତ୍ନୀଙ୍କୁ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି ।

ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ଫେସବୁକରେ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ଯେ, ଅଭିନେତାଙ୍କ ଅସୁସ୍ଥ ପିତା,ମାତା ଦେଢ ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ସାନଭାଇଙ୍କ ପତ୍ନୀ ଓ ପିଲା ବି ଭଡ଼ା ଘରେ ରହୁଛନ୍ତି । ପୈତୃକ ଘରେ କେବଳ ଅଲଗା ହୋଇଥିବା ପତ୍ନୀ ରହୁଛନ୍ତି । କେହି କେବେ ଭାବିଛନ୍ତି ସେ ଖୁସିରେ ଅଛନ୍ତି କି ନାହାନ୍ତି? ଏହି ପ୍ରସଙ୍ଗରେ କୌଣସି ଗଣମାଧ୍ୟମ ମଧ୍ୟ ଏଯାଏଁ ପ୍ରଶ୍ନ ଉଠାଉନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏକ ପୋଷ୍ଟ କରି ଜାଗୃତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାକୁ ବାତିଲ କରିବା ପାଇଁ ଦାବି କରିଥିଲେ ।

ଜାଗୃତି ଲେଖିଥିଲେ , ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ,ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଆୟକର ଦାଖଲ ଭଳି ସମସ୍ତ ଡକ୍ୟୁମେଣ୍ଟ ଭିନ୍ନଭିନ୍ନ ନାଁ ଉଲ୍ଲେଖ କରିଛନ୍ତି । ଏଥିସହ ଅଭିଭାବକ ସାଙ୍ଗିଆକୁ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରିଛନ୍ତିା ଏହାକୁ କଣ ଠକାମୀ ଭାବେ ଗ୍ରହଣ କରାଯିବନି ? ସେ କଣ ତଦନ୍ତ ପରିସରଭୁକ୍ତ ହେବ ଉଚିତ ନୁହେଁ ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ବର୍ଷା ପ୍ରିୟଦର୍ଶିନୀ ଏନେଇ ପୁରୀଘାଟ ଥାନାରେ ଅଭିଯୋଗ କରି କହିଥିଲେ, ଯେ ଜାଗ୍ରତୀ ତାଙ୍କର ସମ୍ମାନହାନୀ କରିଛନ୍ତି । ଅନୁଭବଙ୍କୁ ମାଧ୍ୟମ କରି ଜାଗୃତି ତାଙ୍କର ସମ୍ମାନ ହାନୀ କରୁଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦର୍ମା କରିବେ ବୋଲି କହିଥିଲେ ବର୍ଷା ।

Leave A Reply

Your email address will not be published.