ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ ପଛରେ ଗୁନ ସିଂହାରୀ ଲିଙ୍କ୍‌!

0

ଶ୍ରୀକ୍ଷେତ୍ରରେ ପଡିଲା ରକ୍ତର ଛିଟା । ପୁରୀରେ ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା । ସୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୁରୀ ବାରବାଟୀ ଆଖଡ଼ା ନିକଟରେ ତାଙ୍କୁ ଅତି ପାଖରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ସେପଟେ ଯିଏ ବି ଦୋଷୀ ଗିରଫ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାକୁ ଗୁରୁତର ସହ ନିଆଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜିଲ୍ଳାପାଳ କହିଛନ୍ତି । ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

ବାରବାଟୀ ଜାଗାର ଉନ୍ନତି ମୂଳକ କାର୍ଯ୍ୟର ଦାୟିତ୍ୱରେ ଥିଲେ କୃଷ୍ଣଚନ୍ଦ୍ର । ଏହି ସମୟରେ ଦୁର୍ବୃତ୍ତ ଆସି ତାଙ୍କୁ ୨ ରାଉଣ୍ଡ ଗୁଳିଚାଳନା କରିଥିଲେ । ଗୋଟିଏ ଗୁଳି ମୁଣ୍ଡ ଆଗରେ ଓ ଗୋଟିଏ ପଛରେ ବାଜିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ତୁରନ୍ତ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ଟାର୍ଗେଟରେ ଥିଲେ କୃଷ୍ଣଚନ୍ଦ୍ର । ହତ୍ୟାକାଣ୍ଡ ମାମଲାରେ ସେ ଗିରଫ ହୋଇ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେଣୁ ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଗୁଳିମାଡ଼ର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ସେବାୟତଙ୍କ ଗୁଳିମାଡ଼ର ପ୍ରକୃତ କାରଣ ଖୁଲାସା ହେବ ।

Leave A Reply

Your email address will not be published.